ରାଜଧାନୀରେ ସେକ୍ସ ରାକେଟ ଠାବ ଘଟଣା, ସଂପୃକ୍ତ ଘରକୁ ସିଲ୍ କଲା ପୋଲିସ
Published By: Kirti – Prameya-News7 Bureau | October 20, 2025 01:53 PM
NEWS7
ଭୁବନେଶ୍ବର ୨୦।୧୦ : ରାଜଧାନୀରେ ଝାଡଖଣ୍ଡର ନାବାଳିକାଙ୍କୁ ଦୁଷ୍କର୍ମ ମାମଲା । ଦିନ ଗଡ଼ିବା ସହ ମିଳୁଛି ନୂଆ ନୂଆ ତଥ୍ୟ । ଏହିକ୍ରମରେ ଆଉ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହାସହିତ ସଂପୃକ୍ତ ଘରକୁ ସିଲ୍ କରିଛି ପୋଲିସ । ଘର ଭିତରେ ଥିବା ସମସ୍ତ କାଗଜପତ୍ରକୁ ମଧ୍ୟ ଜବତ କରିଛି ପୋଲିସ ।
ଅନ୍ୟପଟେ ସେକ୍ସ ରାକେଟ ଚାଲିଥିବା ଘର ଆଗରେ ଥିବା କାର୍କୁ ଜବତ କରିଛି ପୋଲିସ । ଯାହାକି ଗୋଲଡେନ୍ କାର୍ ଭାବେ ବେଶ୍ ଜଣାଶୁଣା । ତେବେ ଏହି କାରଟି କାହାର ଓ କିଏ ଏଠାରେ ରଖିଛି । ତାକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ। ସିଲ୍ ହୋଇଥିବା ଘର ସାମ୍ନାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ତେବେ ଅଟକ ଥିବା ମହିଳାଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଏପିରିକି ଏହି ସେକ୍ଟ ରାକେଟର ଚେର ବିଦେଶକୁ ଲମ୍ବିଥିବା ଆଶଙ୍କା କରୁଛି ପୋଲିସ । ପୁରା ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ଦୀର୍ଘ ଦିନ ରାଜଧାନୀରେ ସେକ୍ସ ରାକେଟ ଚଲାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ।




