ରାଜଧାନୀରେ ପୁଣି ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ, ଆକାଉଣ୍ଟରୁ ନେଇଗଲେ ୩୦ ଲକ୍ଷ ଟଙ୍କା…

ରାଜଧାନୀରେ-ପୁଣି-ଜଣେ-ମହିଳାଙ୍କୁ-ଡିଜିଟାଲ-ଆରେଷ୍ଟ,-ଆକାଉଣ୍ଟରୁ-ନେଇଗଲେ-୩୦-ଲକ୍ଷ-ଟଙ୍କା…

ରାଜଧାନୀରେ ପୁଣି ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ, ଆକାଉଣ୍ଟରୁ ନେଇଗଲେ ୩୦ ଲକ୍ଷ ଟଙ୍କା…

Published By: Kirti – Prameya-News7 Bureau | January 27, 2026 09:36 AM

NEWS7

eow

ଭୁବନେଶ୍ୱର ୨୭।୦୧ : ଡିଜିଟାଲ ଆରେଷ୍ଟର ପୁଣି ଜଣେ ଶିକାର । ରାଜଧାନୀରେ ପୁଣି ଜଣେ ମହିଳା ଡିଜିଟାଲ ଆରେଷ୍ଟର ଶିକାର। ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ସାଇବର ଠକ ନେଇଗଲା ୩୦ ଲକ୍ଷ ଟଙ୍କା।

ଖବର ଅନୁଯାୟୀ, ଠକେଇର ଶିକାର ହୋଇଥିବା ମହିଳାଙ୍କୁ TRAIର ଅଧିକାରୀ ପରିଚୟ ଦେଇ କଥା ହୋଇଥିଲା। ତାଙ୍କ ସିମ୍ କାର୍ଡ ବିଭିନ୍ନ ଅପରାଧରେ ବ୍ୟବହୃତ ହୋଇଥିବା କହି ମହିଳାଙ୍କୁ ଭୟଭୀତ କରାଇଥିଲା । ପରେ ୩ଟି ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କା ନେଇ ଯାଇଥିଲା ସାଇବର ଠକ। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ପରେ ସାଇବର ଠକକୁ ୟୁପିରୁ ବାନ୍ଧିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଗୁଲିପାଗି ଚିରଞ୍ଜିବ। ଅଭିଯୁକ୍ତ ଠାରୁ ପୋଲିସ ୨ଟି ମୋବାଇଲ ଫୋନ, ଗୋଟିଏ ATM କାର୍ଡ, ଗୋଟିଏ ଚେକ ବୁକ, ଗୋଟିଏ ପାନ କାର୍ଡ ଏବଂ ଗୋଟିଏ ଆଧାର କାର୍ଡ ଜବତ କରିଛି ।

Scroll to Top