ରାଜଧାନୀରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଲାଣି, ପୂର୍ବତନ ମନ୍ତ୍ରୀ ହୋଇ ବି ମୋ ଘର ଉପରେ ଆଟାକ ହେଉଛି :-ପ୍ରତାପ ଜେନା
Published By: Kirti – Prameya-News7 Bureau | March 21, 2026 11:25 AM
NEWS7
ଭୁବନେଶ୍ୱର ୨୧।୦୩: ରାଜଧାନୀରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲାଣି। ମୁଁ ଜଣେ ପୂର୍ବତନ ବିଧାୟକ ଓ ପୂର୍ବମନ୍ତ୍ରୀ ହୋଇ ମଧ୍ୟ ମୋ ଘର ଉପରେ ଆକ୍ରମଣ ହେଉଛି। ଖୋଦ ହାର୍ଟ ଅଫ ଦ ସିଟିରେ ଏଭଳି ଘଟଣା ଘଟୁଛି। ତେବେ ସାଧାରଣ ଲୋକ ଏଠି କେତେ ସୁରକ୍ଷିତ? ବିସିଜେଡିର କିଛି ନିଲମ୍ବିତ ପିଲା ଓ ବିଜେପିର କିଛି ପିଲା ଏମିତି କରିଥିବାର ଭିଡ଼ିଓ ଆମ ପାଖରେ ଅଛି ବୋଲି ପ୍ରେସମିଟ୍ କରି କହିଛନ୍ତି ବିଜେଡି ନେତା ପ୍ରତାପ ଜେନା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରା ଘଟଣା ନେଇ ଆମେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛୁ। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି, ଘଟଣାର ତଦନ୍ତ କରନ୍ତୁ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ରାଜଧାନୀରେ କେହି ବି ସୁରକ୍ଷିତ ନୁହନ୍ତି। ମୋ ପରିବାର ଏଠି ରହୁଛନ୍ତି। ମୁଁ ନିର୍ବାଚନ ମଣ୍ଡଳୀକୁ ଯାଇଥିଲି। ରାତିରେ ଫେରିଲା ପରେ ଜାଣିଲି ଯେ, ଏଭଳି ଘଟଣା ଘଟିଛି। ପୋଲିସକୁ ଅଭିଯୋଗ କରିବା ସହ ଘଟଣାର ଭିଡ଼ିଓ ଦେଇଛି। ତାର ତଦନ୍ତ ହେଉ।
ସେହିପରି ପ୍ରତାପ ଜେନାଙ୍କ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ବାସଭବନରେ ବଢ଼ିଲା ସୁରକ୍ଷା। ମୁତୟନ ହେଲେ କମିଶନରେଟ ପୋଲିସ। ଆତଙ୍କରାଜ ସୃଷ୍ଟି କରିଥିବା ଅଭିଯୁକ୍ତଙ୍କୁ ଗିରଫ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅପିଲ କରିଥିଲେ ପ୍ରତାପ ଜେନା। ଶନିବାର ସକାଳୁ ପ୍ରତାପ ଜେନାଙ୍କ ପରିବାରକୁ ଦିଆଯାଇଛି ସୁରକ୍ଷା। ମୁତୟନ ହୋଇଛନ୍ତି ପୋଲିସ। କଡା ସୁରକ୍ଷା ବଳୟରେ ପ୍ରତାପ ଜେନାଙ୍କ ବାସଭବନ।
Watch Video:-




