ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ନଦୀ ସ୍ରୋତରେ ଭାସିଗଲେ ଦୁଇ ଭଉଣୀ

ରାକ୍ଷୀ-ପୂର୍ଣ୍ଣିମାରେ-ଅଘଟଣ,-ନଦୀ-ସ୍ରୋତରେ-ଭାସିଗଲେ-ଦୁଇ-ଭଉଣୀ

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ନଦୀ ସ୍ରୋତରେ ଭାସିଗଲେ ଦୁଇ ଭଉଣୀ

Published By : Prameya-News7 Bureau | August 09, 2025 IST

ଜଳେଶ୍ୱର ୦୯।୦୮ : ରାକ୍ଷୀ ପୂର୍ଣ୍ଣିମାରେ ବଡ଼ ଅଘଟଣ । ଭାସିଗଲେ ଦୁଇ ଭଉଣୀ । ସୂବର୍ଣ୍ଣରେଖାରେ ବୁଡ଼ ପକାଇବା ସମୟରେ ଭାସିଗଲେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଶିଖରପୁର ଘାଟରେ ଘଟିଛି ଅଘଟଣ । 

ଖବର ଅନୁଯାୟୀ, ଜଳେଶ୍ୱର ଶିଖରପୁର ଘାଟରେ ତିନି ଜଣେ ନାବାଳିକା ବୁଡ଼ ପକାଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ତିନି ଜଣ ଭାସିଯାଇଥିଲେ । ଯାହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ତୁରନ୍ତ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ବାକି ଦୁଇ ନାବାଳିକା ନିଖୋଜ ଅଛନ୍ତି ।  ବୁଡ଼ ପକାଇବା ସମୟରେ ପ୍ରଖର ନଦୀ ସ୍ରୋତ ଆସିବାରୁ ନାବାଳିକା ଭାସିଯାଇଥିବା ସୂଚନା । ତେବେ ନିଖୋଜ ଦୁଇ ନାବାଳିକା ହେଉଛନ୍ତି ସ୍ଥାନୀୟ ଚକହରି ଗାଁର କାହ୍ନାଚରଣ ଦାସ ଅଧିକାରୀଙ୍କ ଦୁଇ ନାବାଳିକା ନନ୍ଦିତା ଓ ପରି ବୋଲି ଜଣାପଡିଛି । ଗ୍ରାମବାସୀଙ୍କ ଦ୍ୱାରା ବର୍ତ୍ତମାନ ଖୋଜାଖୋଜି ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top