ରସାୟନ ବିଜ୍ଞାନ ପାଇଁ ନୋବେଲ୍, ମେଟାଲ୍ ଅର୍ଗାନିକ୍ ଫ୍ରେମୱାର୍କ ପାଇଁ ତିନି ବୈଜ୍ଞାନିକଙ୍କୁ ମିଳିବ ସମ୍ମାନ

ରସାୟନ-ବିଜ୍ଞାନ-ପାଇଁ-ନୋବେଲ୍,-ମେଟାଲ୍-ଅର୍ଗାନିକ୍-ଫ୍ରେମୱାର୍କ-ପାଇଁ-ତିନି-ବୈଜ୍ଞାନିକଙ୍କୁ-ମିଳିବ-ସମ୍ମାନ

ରସାୟନ ବିଜ୍ଞାନ ପାଇଁ ନୋବେଲ୍, ମେଟାଲ୍ ଅର୍ଗାନିକ୍ ଫ୍ରେମୱାର୍କ ପାଇଁ ତିନି ବୈଜ୍ଞାନିକଙ୍କୁ ମିଳିବ ସମ୍ମାନ

Published By: Ajit – Prameya-News7 Bureau | October 08, 2025 03:58 PM

NEWS7

nobel

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ କେମିଷ୍ଟ୍ରି ପାଇଁ ସୁସୁମୁ କିଟାଗାୱା (ଜାପାନ), ରିଚାର୍ଡ ରବସନ୍ (ଅଷ୍ଟ୍ରେଲିଆ) ଏବଂ ଓମାର ଏମ୍. ୟାଘି (ଆମେରିକା)ଙ୍କୁ ନୋବେଲ ପ୍ରଦାନ କରାଯିବ । ସ୍ୱୀଡେନର ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଏହି ଘୋଷଣା କରିଛି ।

ମେଟାଲ୍ ଅର୍ଗାନିକ୍ ଫ୍ରେମୱାର୍କ (ଏମଓଏଫ୍) ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ । ସେମାନ ବଡ଼ ଖାଲି ସ୍ଥାନ ଥିବା ପରମାଣୁ ତିଆରି କରିଛନ୍ତି, ଯାହା ମଧ୍ୟ ଦେଇ ଗ୍ୟାସ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥଗୁଡ଼ିକ ସହଜରେ ଯାଇପାରିବେ । ଏହି ଗଠନଗୁଡ଼ିକୁ ମେଟାଲ୍ ଅର୍ଗାନିକ୍ ପ୍ରେମୱାର୍କ (MOF) କୁହାଯାଏ । ଏଥିରେ ଏପରି କ୍ରିଷ୍ଟଲ (ସ୍ପଟିକ) ହୁଏ, ଯେଉଁଥିରେ ବଡ଼ ଖାଲି ସ୍ଥାନ ରହିଥାଏ ।

Scroll to Top