ରଘୁ ଦହିବରାର ପ୍ରତିଷ୍ଠାତା ରଘୁନାଥଙ୍କ ପରଲୋକ, ୯୧ ବର୍ଷରେ ବାସଭବନରେ ଦେହାନ୍ତ

ରଘୁ-ଦହିବରାର-ପ୍ରତିଷ୍ଠାତା-ରଘୁନାଥଙ୍କ-ପରଲୋକ,-୯୧-ବର୍ଷରେ-ବାସଭବନରେ-ଦେହାନ୍ତ

କଟକ ୧୬/୦୮: ରଘୁନାଥ ସାସ୍‌ମଲ ଓରଫ ରଘୁ ମଉସାଙ୍କ ଦେହାନ୍ତ । କଟକର ପ୍ରସିଦ୍ଧ ରଘୁ ଦହିବରା ନା ରେ ପରିଚିତ ଥିଲେ ରଘୁନାଥ । ୯୧ ବର୍ଷ ବୟସରେ ବିଡାନାସୀ ସ୍ଥିତ ବାସଭବନରେ ପରଲୋକ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ରଘୁନାଥ । ୧୯୫୦ ମସିହାରୁ କଟକ ବିଡାନାସୀରେ ଦହିବରା ଆଳୁଦମ୍ ବ୍ୟବସାୟ କରି ରଘୁ ଦହିବରା ନାଁ ରେ ପ୍ରସିଦ୍ଧି ଲାଭ କରିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତି ଥିଲା ରଘୁ ଦହିବରା ନାଁରେ ।

ରଘୁନାଥ ସାସ୍ମଲ । କଟକର ରଘୁ ଦହିବରା ନାମରେ ଖ୍ୟାତ୍ । ବିଡ଼ାନାସୀର ସ୍ଥାୟୀ ବାସିନ୍ଦା । ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି, ବ୍ୟବସାୟରେ ଅଛନ୍ତି । ତାଙ୍କୁ ପନ୍ଦର ବର୍ଷ ହେଲାବେଳଠୁ, ସେ ଦହିବରା ବେପାର କରିଆସୁଥିଲେ । ବିଡ଼ାନାସୀ ଛକରେ ରଘୁ ସନ୍ଧ୍ୟା ୫.୩୦ ବେଳକୁ ଦହିବରା ଆଳୁଦମ ଏକ ଟ୍ରଲିରେ ଧରି ପହଞ୍ଚନ୍ତି । ସେ ଆସିବା ଆଗରୁ ଗ୍ରାହକମାନେ ତାଙ୍କୁ ଅପେକ୍ଷା କରି ରହିଥାନ୍ତି । ସବୁଦିନ ସେ ପ୍ରାୟ ୨୦୦ ଜଣଙ୍କ ପାଇଁ ଦହିବରା ପ୍ରସ୍ତୁତ କରିଥାନ୍ତି । 

ଶନିବାର, ରବିବାର ଓ ଛୁଟିଦିନରେ ଅଧିକ ୫୦ ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତ କରନ୍ତି । କଞ୍ଚା ଶାଳପତ୍ର ଠୁଙ୍ଗାରେ ଦହିବରା ଆଳୁଦମ ପରସା ଯାଏ । ତେବେ ଗୋଟିଏ ଖାସ୍ କଥା ହେଉଛି ନା ତାଙ୍କର ଦହିବରାରେ ଥାଏ ପିଆଜ, ନା ଶେଉ । ତଥାପି ଦହିବରା ଖାଇବାକୁ ଲାଗେ ଲମ୍ୱା ଲାଇନ୍ । ଖାଇସାରିବା ପରେ ସେହି ଠୁଙ୍ଗାରେ ଦହିପାଣି ପିଇବାକୁ ଦିଆଯାଏ । ଆହୁରି ଗୋଟିଏ ଖାସ୍ କଥା ହେଉଛି, ଖାଇସାରିବା ପରେ ପେଡ଼ାର ମଧ୍ୟ ବ୍ୟବସ୍ଥା ଥାଏ । 

୪୫ ମିନିଟରୁ ଏକ ଘଣ୍ଟା ମଧ୍ୟରେ ତାଙ୍କର ସବୁ ଦହିବରା ବିକ୍ରି ହୋଇଯାଏ । ନିଜ ଘରେ ଗାଇ ରଖି, ସେ ଦହି ପ୍ରସ୍ତୁତ କରିଥାନ୍ତି । ପୂର୍ବଦିନ ରାତି ବାରଟାରୁ ବିରି ବତୁରା ହୋଇ ସକାଳ ୯ଟାରେ ବରା ଛଣା ଆରମ୍ଭ ହୁଏ ଓ ଆଳୁଦମ ପ୍ରସ୍ତୁତ କରାଯାଏ । ଦହିବରା ପ୍ରସ୍ତୁତିରେ ତାଙ୍କର ପୁରା ପରିବାର ସହଯୋଗ କରନ୍ତି । 

ବିକ୍ରିବଟାରେ ପୁଅ ଲିଙ୍ଗରାଜ, ବନମାଳୀ ଓ ପୁତୁରା ରତ୍ନାକର ସହଯୋଗ କରନ୍ତି । ରଘୁ ଓଡ଼ିଶା ସୀମାଡେଇଁ ୨୦୧୭ ମଇ ମାସରେ ଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶା ପର୍ବରେ ଯୋଗଦେଇ ଦହିବରା ଆଳୁଦମ ବେପାର କରିଥିଲେ । ହେଲେ ଏବେ ସେ ସ୍ୱର ନୀରବି ଯାଇଛି । ଆଉ ଶୁଣିବାକୁ ମିଳିବନି ରଘୁ ଦହିବରା ନା । 

Scroll to Top