ଯେଉଁମାନେ ସୁଧୁରିବେ ନାହିଁ, ରାଜସ୍ବ ବିଭାଗ ପାଖରେ ବହୁ ଅସ୍ତ୍ର ଅଛି ସେମାନେ ସମ୍ଭାଳି ପାରିବେନି

ଯେଉଁମାନେ-ସୁଧୁରିବେ-ନାହିଁ,-ରାଜସ୍ବ-ବିଭାଗ-ପାଖରେ-ବହୁ-ଅସ୍ତ୍ର-ଅଛି-ସେମାନେ-ସମ୍ଭାଳି-ପାରିବେନି

ଯେଉଁମାନେ ସୁଧୁରିବେ ନାହିଁ, ରାଜସ୍ବ ବିଭାଗ ପାଖରେ ବହୁ ଅସ୍ତ୍ର ଅଛି ସେମାନେ ସମ୍ଭାଳି ପାରିବେନି

Published By : Prameya-News7 Bureau | August 23, 2025 IST

ଭୁବନେଶ୍ବର ୨୩।୮: ସୋମବାରରେ କାର୍ଯ୍ୟରେ ଯୋଗ ଦେଇପାରନ୍ତି ଅମଲା କର୍ମଚାରୀ । ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ ବୟାନ ଦେଇଛନ୍ତି । କିଛି ସଂଘର ନେତା ବିରୋଧୀଙ୍କ ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି । ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି । ବିଭିନ୍ନ ମହଲରୁ ତଥ୍ୟ ଆସୁଛି । ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ । ଏଇଟା ମୋ ପରିବାରର ସମସ୍ୟା । ସମାଧାନ ପାଇଁ ସମୟ ଲାଗିବ । ବିଧି ବ୍ୟବସ୍ଥା ଭିତରେ ହେବ କ୍ୟାଡର ପୁନଃଗଠନ । ଏହି ପ୍ରକ୍ରିୟା ଶେଷ ସୋପାନରେ ଅଛି । ବିଗତ ସରକାର ଯେତେ ସମସ୍ୟା ଛାଡିକି ଯାଇଛନ୍ତି ଗୋଟିଏ ବି ସମସ୍ୟାର ସମାଧାନ କରିନାହାନ୍ତି । ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି ସେମାନେ ତାଙ୍କୁ ଚିହ୍ନନ୍ତୁ । ସେମାନେ ମଙ୍ଗଳ ଚାହୁଁ ନାହାନ୍ତି । ଲୋକଙ୍କ ହଇରାଣ ନାପକେଇ କାର୍ଯ୍ୟରେ ଯୋଗ ଦିଅନ୍ତୁ । କିଛି ଲୋକ ଅଛନ୍ତି ସେମାନେ ଏବେ ବି ଭାବୁଛନ୍ତି ପୂର୍ବ ସରକାର ଚାଲିଛି । ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି ତାର ରିପୋର୍ଟ ବି ମୋ ପାଖେ ଅଛି । 

୮ ହଜାର ଅମଲାଙ୍କୁ ଆନ୍ଦୋଳନକୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ ପକେଇ ଦେବ । କ୍ଷମତାରୁ ବାହାରକୁ ଯିବାକୁ ସେମାନେ ହଜମ କରିପାରୁ ନାହାନ୍ତି । କେମିତି ଏଇ ସରକାର ଗଲେ ସେମାନେ ପୁଣି କ୍ଷମତାକୁ ପଳେଇ ଆସିବେ । ସେମାନଙ୍କୁ ଜଣାନାହିଁ, ଏ ସରକାର ଯିବାର ନାହିଁ । ବିଭିନ୍ନ ଜିଲ୍ଲାର ଅମଲା କର୍ମଚାରୀ ଆସିଥିଲେ ସେମାନେ କହୁଥିଲେ ସଂଘର ନେତା ଆମକୁ କିଛି କହୁନାହାନ୍ତି । ସୋମବାର ସେମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ଏବେ ସରକାର ଅସ୍ତ୍ର ବ୍ୟବହାର କରୁନାହାନ୍ତି । ଯଦି ସେମାନେ ସୁଧୁରିବେ ନାହିଁ । ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ । ତାହେଲେ ରାଜସ୍ବ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ସେମାନେ ସମ୍ଭାଳି ପାରିବେ ନାହିଁ ।

You Can Read:

ସମୁଦ୍ର ସ୍ନାନ ବେଳେ ବୁଡ଼ିଯାଇ ପର୍ଯ୍ୟଟକ ନିଖୋଜ, ଏପର୍ଯ୍ୟନ୍ତ ମିଳିନି ହାଇଦ୍ରାବାଦର ବିକାଶଙ୍କ ପତ୍ତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top