ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ମୃତ ଦେହ ରଖି ରାସ୍ତା ଅବରୋଧ, ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ

ଯୁବକଙ୍କୁ-ପିଟି-ପିଟି-ହତ୍ୟା-ଅଭିଯୋଗ,-ମୃତ-ଦେହ-ରଖି-ରାସ୍ତା-ଅବରୋଧ,-ଘଉଡ଼ାଇବାକୁ-ପୋଲିସର-ଲାଠି-ଚାର୍ଜ

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ମୃତ ଦେହ ରଖି ରାସ୍ତା ଅବରୋଧ, ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ

Published By: Chikun – Prameya-News7 Bureau | January 23, 2026 08:52 PM

NEWS7

Family and villagers blocked road with dead body of deceased, demanding compensation

ଜଗତସିଂହପୁର: ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ଶବ ରଖି ରାସ୍ତା ଅବରୋଧ କଲେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ। ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ। ଶୁକ୍ରବାର ଜଗତସିଂହପୁର ସଦର ଥାନା ହାଟ ବଜାରଠାରେ ସୃଷ୍ଟି ହୋଇଛି ଏଭଳି ଅପ୍ରୀତିକର ପରିସ୍ଥିତି। ତେବେ ଘଟଣାସ୍ଥଳରେ ଅତିରିକ୍ତ ପହଁଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସୂଚନା ଅନୁସାରେ, ଜିଲ୍ଲା ସଦର ଥାନା ଚାଟରା ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ। ମୃତ ଯୁବକ ଚାଟରା ଗାଁର ବାସୁଦେବ ଦାସ। ଅବଶ୍ୟ ସଦର ଥାନାରେ ଏତଲା ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ହେଲେ କ୍ଷତି ପୂରଣ ଦାବୀରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀମାନେ ହାଟ ବଜାରଠାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ।

ତେବେ ଘଟଣାସ୍ଥଳରେ ଉତ୍ତେଜନା ହେବାରୁ ପୋଲିସ ମୁତୟନ କରାଯାଇଥିଲା। ମାତ୍ର ଉତ୍ତେଜନା ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଘଟଣାସ୍ଥଳରେ ଅତିରିକ୍ତ ଏସପି ସତ୍ୟବ୍ରତ ଦାସ ପହଁଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Scroll to Top