ଯୁଦ୍ଧବିରତି ନେଇ ପାକିସ୍ତାନ-ଆଫଗାନିସ୍ତାନ ସହମତ, ତୁର୍କି ଓ କତାରର ମଧ୍ୟସ୍ଥତା ପରେ ନିଷ୍ପତ୍ତି

ଯୁଦ୍ଧବିରତି-ନେଇ-ପାକିସ୍ତାନ-ଆଫଗାନିସ୍ତାନ-ସହମତ,-ତୁର୍କି-ଓ-କତାରର-ମଧ୍ୟସ୍ଥତା-ପରେ-ନିଷ୍ପତ୍ତି

Published By: Simran – Prameya-News7 Bureau | October 19, 2025 08:23 AM

NEWS7

ceasefire

ନୂଆଦିଲ୍ଲୀ ୧୯।୧୦; ପାକିସ୍ତାନ ଏବଂ ଆଫଗାନିସ୍ତାନ ତତକାଳ ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି । ଏନେଇ କତାର ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି । ଉଭୟ ଦେଶ ସୀମାରେ ଉତ୍ତେଜନା ହ୍ରାସ କରିବା ଏବଂ ଶାନ୍ତି ବଜାୟ ରଖିବା ଲାଗି ପରସ୍ପରକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯୁଦ୍ଧବିରତି ନେଇ କତାରର ଦୋହାଠାରେ ତୁର୍କୀର ମଧ୍ୟସ୍ଥତାରେ ବୈଠକ କରାଯାଇଥିଲା । ଗତ ଏକ ସପ୍ତାହ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଦେଖା ଦେଇଛି ଭୟଙ୍କର ସଂଘର୍ଷ । ଏଥିରେ ଉଭ୍ୟ ପକ୍ଷରୁ ଅନେକ ସାଧାରଣ ଲୋକ ପ୍ରାଣ ହରାଇବା ସହ ଆହତ ହୋଇଛନ୍ତି । ଏହି ସ୍ଥିତିର ଅନ୍ତ କରିବା ଲାଗି ଏହି ବୈଠକ ବସିଥିଲା । ଆଗକୁ ଆଲୋଚନା ଜାରି ରଖିବାକୁ ଦୁଇ ଦେଶ ଏକମତ ହୋଇଛନ୍ତି ।

Scroll to Top