ଯାତ୍ରା ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ, ମଞ୍ଚ ଉପରେ ଚଢ଼ି ହିରୋକୁ ବି ପିଟିଲେ ଦର୍ଶକ

ଯାତ୍ରା-ପେଣ୍ଡାଲ-ଉପରକୁ-ଚେୟାର-ଫିଙ୍ଗିଲେ,-ମଞ୍ଚ-ଉପରେ-ଚଢ଼ି-ହିରୋକୁ-ବି-ପିଟିଲେ-ଦର୍ଶକ

ଯାତ୍ରା ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ, ମଞ୍ଚ ଉପରେ ଚଢ଼ି ହିରୋକୁ ବି ପିଟିଲେ ଦର୍ଶକ

Published By: Kirti – Prameya-News7 Bureau | November 12, 2025 10:16 AM

NEWS7

jatra

ଭଦ୍ରକ ୧୨।୧୧ : ମଞ୍ଚ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ। ନାଟକ ମଞ୍ଚସ୍ଥ ହେବା ବେଳେ ମଞ୍ଚ ଉପରକୁ ଚେୟାର ଫିଙ୍ଗିବା ସହ ବୋତଲ ଫିଙ୍ଗିଥିଲେ। ଏଥିସହ ମଞ୍ଚ ଉପରକୁ ଚଢ଼ି ଅଭିନେତାକୁ ପିଟିଲେ ଦର୍ଶକ ।

ଭଦ୍ରକ ଅଣ୍ଡରେଇ ଠାରେ ଯାତ୍ରା ରାଜନନ୍ଦିନୀ ”ଏମିତି ବିଚାର କେବେ ଦେଖିନି” ନାଟକ ମଞ୍ଚସ୍ଥ କରୁଥିଲା । ଏଥିରେ ମାଆ ଭୂମିକାରେ ଟୁନିଆ ମଲ୍ଲିକ , ବାପା ଭାବେ ସଞ୍ଜୟ ଓ ଭଉଣୀ ଭୂମିକାରେ ମାମା ଅଭିନୟ କରିଥିଲେ । ନାଟକର ଦୃଶ୍ୟ ଅନୁଯାୟୀ ନାୟକ ଅର୍ଥାତ୍ ପୁଅ ଭୂମିକାରେ କାର୍ତ୍ତିକ ଅଭିନୟ କରୁଥିଲେ। ବାପା-ମାଆ ଓ ଭଉଣୀକୁ ଅତ୍ୟାଚାର କରୁଥିବା ଦୃଶ୍ୟ ପରିବେଷଣ କରୁଥିଲେ କଳାକାର। ଏହି ସମୟରେ କିଛି ଦର୍ଶକ ଭାବ ବିହ୍ବଳ ହୋଇ ମଞ୍ଚ ଉପରକୁ ଚେୟାର ସହ ପାଣି ବୋତଲ ଫୋପାଡିଥିଲେ। ଏଥିସହ ଜଣେ ଦର୍ଶକ ମଞ୍ଚକୁ ଉଠି ଅଭିନେତା କାର୍ତ୍ତିକଙ୍କୁ ମାଡ ମାରିବା ବେଳେ କଳାକାର ମାନେ ତାଙ୍କୁ ଅଟକାଇଥିଲେ । କିଛି ସମୟ ଯାତ୍ରା ବନ୍ଦ୍ ପରେ ପୁଣି ଯାତ୍ରା ଆରମ୍ଭ ହୋଇଥିଲା।

Scroll to Top