ଯାତ୍ରା କମିଟିର ନୂଆ ଦାବି…ଟିକେଟ ଦର କମ୍ କର, ପାର୍ଟି ଗ୍ରେଡ୍ ଅନୁଯାୟୀ ନେଉ ମୂଲ୍ୟ

ଯାତ୍ରା-କମିଟିର-ନୂଆ-ଦାବି…ଟିକେଟ-ଦର-କମ୍-କର,-ପାର୍ଟି-ଗ୍ରେଡ୍-ଅନୁଯାୟୀ-ନେଉ-ମୂଲ୍ୟ

ଯାତ୍ରା କମିଟିର ନୂଆ ଦାବି…ଟିକେଟ ଦର କମ୍ କର, ପାର୍ଟି ଗ୍ରେଡ୍ ଅନୁଯାୟୀ ନେଉ ମୂଲ୍ୟ

Published By : Prameya-News7 Bureau | August 14, 2025 IST

ଭଦ୍ରକ ୧୪।୦୮ : ଯାତ୍ରାକୁ ନେଇ ପୁଣି ଆରମ୍ଭ ହେଲାଣି ବିବାଦ । ଟିକେଟ ଦାମ୍‌ ଅତ୍ୟଧିକ ମୂଲ୍ୟକୁ ନେଇ ମେଳି ବାନ୍ଧିଲାଣି ଯାତ୍ରା କମିଟି ସୁରକ୍ଷା ମଞ୍ଚ । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ନିକଟ ଏକ ହୋଟେଲ୍‌ ଏକଜୁଟ ହୋଇଛନ୍ତି ୩୦ରୁ ଅଧିକ ଯାତ୍ରା କମିଟି । 

ଆସନ୍ତା ୧୭ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ସରିଛି । ଯାତ୍ରା ପରିବେଶଣ ପାଇଁ ଯାତ୍ରା କମିଟି ଗୁଡ଼ିକ ବହୁ କ୍ଷତି ସହୁଛନ୍ତି । ଟିକେଟର ଅହେତୁକ ବୃଦ୍ଧି ଯାତ୍ରା ପ୍ରେମୀଙ୍କୁ ନିରାଶ କରିବା ସହ କମିଟିକୁ କ୍ଷତି ସହିବାକୁ ପଡୁଛି । ପୂର୍ବରୁ ମାଲିକ ସଂଘ ସହ ଆଲୋଚନା ହୋଇଥିଲେ ମଧ୍ୟ ଚଳିତ ଯାତ୍ରା ଋତୁରେ କମିଟିର ଦାବିପୂରଣ ହୋଇପାରୁନି । ତେଣୁ ସବୁ ଯାତ୍ରା କମିଟି ଏକାଠି ହେବା ଆରମ୍ଭ କରିଛନ୍ତି । ଆଗାମୀ ସମୟରେ ସମସ୍ତ କମିଟି ଦାବି ରଖିବେ ଯେ, ଯାତ୍ରା ଟିକେଟର ମୂଲ୍ୟ ୧୦୦, ୧୫୦ ଓ ୨୦୦ରେ ସୀମିତ ରଖାଯାଉ । ଯାତ୍ରାରେ ଅଶ୍ଲିଳତା ପ୍ରଦର୍ଶିତ ନହେବା ଭଳି ଦାବି ରହିଛି । କିନ୍ତୁ ଆଲୋଚନା ମାଲିକ ସଂଘ ସହ ସଫଳ ହୋଇନଥିବାରୁ କମିଟି ଗୁଡ଼ିକ ଆଗାମୀ କାର୍ଯ୍ୟକାରିଣୀ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top