ନୂଆଦିଲ୍ଲୀ : ରକ୍ତ ଆମ ଶରୀରର ଏକ ପ୍ରମୁଖ ଆବଶ୍ୟକୀୟ ଜିନିଷ ଏବଂ ମଣିଷର ଶରୀରରେ ଅଲଗା ଅଲଗା ବ୍ଲଡ୍ ଗ୍ରୁପ୍ ଦେଖିବାକୁ ମିଳେ । ଏଥିରେ କିଛି ଏମିତି ହୋଇଥାଏ, ଯେଉଁଥିରେ ଆମେ କାହାକୁ ମଧ୍ୟ ରକ୍ତ ଦେଇ ପାରିବା ଏବଂ ଆଉ କିଛି ଲୋକ ଏମିତି ହୋଇଥାନ୍ତି , ଯିଏ ଅନ୍ୟକୁ ରକ୍ତ ଦେଇ ପାରିବେ ନାହିଁ। କିନ୍ତୁ ଆପଣ କଣ ଭାବନ୍ତି କି ଯଦି A+ ବ୍ଲଡ୍ ଗ୍ରୁପ୍କୁ B+ଦିଆଯାଏ , ତ କଣ ହେବ। ସେହି ବ୍ୟକ୍ତିଙ୍କର କଣ ମୃତ୍ୟୁ ହୋଇଯିବ। ଆସନ୍ତୁ ଏହା ପଛରେ ଥିବା ସତ ଜାଣିବା , ଯଦି କୌଣସି ବ୍ୟକ୍ତିଙ୍କୁ ଅନ୍ୟ ବ୍ଲଡ୍ ଗ୍ରୁପ୍ର ବ୍ଲଡ୍ ଦିଆଯାଏ , ତ ତାଙ୍କ ସହ କଣ ହୋଇଥାଏ।
ପ୍ରତି ମଣିଷର ବ୍ଲଡ୍ ଗ୍ରୁପ୍ ତାଙ୍କର ଆଣ୍ଟିଜେନ ଓ ଆଣ୍ଟିବଡ଼ିର ଆଧାରରେ ସ୍ଥିର ହୋଇଥାଏ। ଆମେରିକାନ ରେଡ୍ କ୍ରସ୍ ଅନୁସାରେ , A+ ବ୍ଲଡ୍ ଥିବା ଲୋକଙ୍କ ରକ୍ତରେ A ଆଣ୍ଟିଜେନ୍ ହୋଇଥାଏ ଏବଂ ଆଣ୍ଟି-B ଆଣ୍ଟିବଡିଜ୍ ହୋଇଥାଏ। ଏବେ କଥା ଯେ, ଯଦି ଜଣେ ବ୍ୟକ୍ତିର ଶରୀରରେ ଅନ୍ୟ ଜଣେ ବ୍ୟକ୍ତିର ବ୍ଲଡ୍ ଗ୍ରୁପ୍ ଦିଆଯାଏ ତ କଣ ହେବ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଅନୁସାରେ ,ଯଦି କୌଣସି A+ ବ୍ୟକ୍ତିଙ୍କୁ ଭୁଲ୍ରେ B+ବ୍ଲଡ୍ ଦିଆଯାଏ, ତ ତାଙ୍କର ରକ୍ତରେ ଥିବା ଆଣ୍ଟି-ବି ଆଣ୍ଟିବଡିଜ୍, ଟ୍ରାନ୍ସଫ୍ୟୁଜ୍ କରାଯାଇ ଥିବା ବି ବ୍ଲଡ୍ ବି ଆଣ୍ଟିଜେନ ଉପରେ ହମଲା କରିଦିଏ। ଏଥିରେ ରେଡ୍ ବ୍ଲଡ୍ ସେଲ୍ସ ଫାଟିବାକୁ ଲାଗେ, ଏହି ପୂରା ପ୍ରକ୍ରିୟାକୁ ମେଡିକାଲ ଭାଷାରେ ଆକ୍ୟୁଟ୍ ହେମୋଲିଟିକ୍ ଟ୍ରାନ୍ସଫ୍ୟୁଜନ ରିଆକ୍ସନ (ଏଏଚଟିଆର) କୁହାଯାଏ।
ଏକ୍ସପର୍ଟ ଓ ଅନେକ ମେଡିକାଲ ସଂସ୍ଥା ଅନୁସାରେ , ଏଥିରେ ଆପଣଙ୍କୁ ଅନେକ ପ୍ରକାରର ମୁସ୍କିଲର ସାମ୍ନା କରିବାକୁ ପଡ଼ିଥାଏ। ଯେମିତି କି ଏହି ସ୍ଥିତି କିଛି ହିଁ ମିନିଟ୍ରେ ଗମ୍ଭୀର ରୂପ ନେଇ ପାରେ। ରୋଗୀଙ୍କୁ ଖୁବ୍ ଜ୍ୱର ହେବା , ଥଣ୍ଡା ଲାଗିବା , ପରିତ୍ସାର ରଙ୍ଗ ଗାଢ ହେବା , ପିଠି ଯନ୍ତ୍ରଣା , ବ୍ଲଡ୍ ପ୍ରେସର ଖସିବା ଓ ନିଶ୍ୱାସ ନେବାରେ ସମସ୍ୟା ଭଳି ଲକ୍ଷଣ ଦେଖା ଦେଇଥାଏ। ହେଲେ ଏଥିରେ ଡାକ୍ତର ଅନେକ ମାମଲାରେ ଔଷଧ ଦେଇ ସ୍ଥିତିକୁ କଣ୍ଟ୍ରୋଲ କରିନିଅନ୍ତି , ହେଲେ ପୁଣି କେବେ କେବେ ସ୍ଥିତି ମୁସ୍କିଲ ହେବାର ବିପଜ ରହିଥାଏ। ବ୍ଲଡ୍ ଟ୍ରାନ୍ସଫ୍ୟୁଜନ ପୂର୍ବରୁ ପ୍ରତି ହସ୍ପିଟାଲର କ୍ରସ୍- ମ୍ୟାଚିଂ କରାଯାଏ, ଯେଉଁଥିରେ ରଗୀ ଓ ଡୋନରଙ୍କ ରକ୍ତର ସଙ୍ଗତତା ଯାଞ୍ଚ କରାଯାଏ। ଏହି ପ୍ରକ୍ରିୟାରେ ଯଦି କୌଣସି ବି ସ୍ତରରେ ସମସ୍ୟା ଥିବା ଜଣାପଡ଼େ , ତ ଟ୍ରାନ୍ସଫ୍ୟୁଜନ ରୋକି ଦିଆଯାଏ। ଯଦି ସରଳ ଭାଷାରେ କୁହାଯାଏ, ତ କୌଣସି ବି ପ୍ରକାରର ଭୁଲ୍ ବ୍ଲଡ୍ ଟାଇପିଂରୁ ରକ୍ଷା ପାଇବା ପାଇଁ ସାମ୍ପଲକୁ ଡୋନର ଠାରୁ ନେଇ ରୋଗୀ ଯାଏ ପୁନଃ ଯାଞ୍ଚ ପରେ ହିଁ କ୍ଲିୟର କରାଯାଏ।




