ମୟୂରଭଞ୍ଜର ଆଦିବାସୀ ମହିଳା ସୁରୁ ତିରିଆ ଯିବେ ରାଷ୍ଟ୍ରପତି ଭବନ, ନିମନ୍ତ୍ରଣ ପାଇ ଯେତିକି ଖୁସୀ ସେତିକି ଆଶ୍ଚର୍ଯ୍ୟ

ମୟୂରଭଞ୍ଜର-ଆଦିବାସୀ-ମହିଳା-ସୁରୁ-ତିରିଆ-ଯିବେ-ରାଷ୍ଟ୍ରପତି-ଭବନ,-ନିମନ୍ତ୍ରଣ-ପାଇ-ଯେତିକି-ଖୁସୀ-ସେତିକି-ଆଶ୍ଚର୍ଯ୍ୟ

ମୟୂରଭଞ୍ଜର ଆଦିବାସୀ ମହିଳା ସୁରୁ ତିରିଆ ଯିବେ ରାଷ୍ଟ୍ରପତି ଭବନ, ନିମନ୍ତ୍ରଣ ପାଇ ଯେତିକି ଖୁସୀ ସେତିକି ଆଶ୍ଚର୍ଯ୍ୟ

Published By : Prameya-News7 Bureau | August 08, 2025 IST

ରାଇରଙ୍ଗପୁର ୮।୮: ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ । ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବେ । ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ ବାସାଘୁଟୁ ଗ୍ରାମର ଅତି ସାଧାରଣ ମହିଳା ସୁରୁ ତିରିଆ । 

ସୁରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ନିମନ୍ତ୍ରଣ ପାଇ ଯେତିକି ଖୁସୀ ସେତିକି ଆଶ୍ଚର୍ଯ୍ୟ । ରାଇରଙ୍ଗପୁର ଡାକ ମଣ୍ଡଳର ଇନ୍ସପେକ୍ଟର ତନ୍ମୟ ସାହୁ, ବିପିଏମ୍ ଆନନ୍ଦ ରାଇଦାସ ପ୍ରମୁଖ ସୁରୁଙ୍କ ଘରେ ପହଞ୍ଚି ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି । ସୁରୁ ଅବିବାହିତ ରହିଛନ୍ତି । ସିଏ ତାଙ୍କ ଭାଇ, ଭାଉଜ, ପୁତୁରା, ନାତି ନାତୁଣୀଙ୍କ ସହିତ ରୁହନ୍ତି । ଚାଷ କାର୍ଯ୍ୟ ସହିତ ଛେଳି, ଗୋରୁ ଆଦି ଗୃହପାଳିତ ପଶୁ ଚରାଇ ପରିବାରକୁ ସହାୟତା କରିଥାନ୍ତି ।

You Can Read:

ସମ୍ ଅର୍ଥୋପେଡିକ୍ ବିଭାଗ ପକ୍ଷରୁ ବୋନ୍ ଆଣ୍ଡ୍ ଜଏଣ୍ଟ ଡେ’ ସପ୍ତାହ ପାଳିତ, ଅଗଷ୍ଟ ୧୦ ଯାଏଁ ସଚେତନତା ରାଲି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top