ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ସବୁ ଦଳର ବିଧାୟକଙ୍କ ସହଯୋଗ ଓ ସମର୍ଥନ ଲୋଡିଲେ ବାଚସ୍ପତି

ମୌସୁମୀ-ଅଧିବେଶନ-ପୂର୍ବରୁ-ବସିଲା-ସର୍ବଦଳୀୟ-ବୈଠକ,-ସବୁ-ଦଳର-ବିଧାୟକଙ୍କ-ସହଯୋଗ-ଓ-ସମର୍ଥନ-ଲୋଡିଲେ-ବାଚସ୍ପତି

ଭୁବନେଶ୍ବର ୧୬।୯: ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକବିଧାନସଭା ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ବିଜେପି, ବିଜେଡି, କଂଗ୍ରେସ ଓ ସିପିଏମ୍ ବିଧାୟକ ଉପସ୍ଥିତ

ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଆଇନ ମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ

ସବୁ ଦଳର ବିଧାୟକଙ୍କ ସହଯୋଗ ଓ ସମର୍ଥନ ଲୋଡିଛନ୍ତି ବାଚସ୍ପତି ବିଧାନସଭାକୁ ସୁରୁଖୁରରେ ଚଲାଇବା ପାଇଁ ସର୍ବଦଳୀୟ ବୈଠକ ବସିଛି । ଆସନ୍ତା ୧୭ ତାରିଖରେ  ବିଧାନସଭା ପାଇଁ ତିନି ଦଳର ରଣନୀତି ବୈଠକ ବସିବ ବୋଲି ଜଣାପଡ଼ିଛି । ଆସନ୍ତା ୧୭ ତାରିଖ ସନ୍ଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହେବ । ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ । ଏଥର ବିଧାନସଭା ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ

Scroll to Top