ମୋଷ୍ଟ ୱାଣ୍ଟେଡ୍ ଠକ ଦ୍ୱିବେନ୍ଦୁ ମହାରଣା ଗିରଫ, ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ ସିବିଆଇ କୋର୍ଟ
Published By: Ajit – Prameya-News7 Bureau | October 30, 2025 03:29 PM
NEWS7
ଭୁବନେଶ୍ୱର: ମହା ଠକ, ମୋଷ୍ଟ ୱାଣ୍ଟେଡ୍ । ଲୋକଙ୍କୁ କୋଟି କୋଟି ଟଙ୍କା ଲଗାଇଥିଲା ଚୂନ । ଠକେଇ କରିବା ପରେ ସିବିଆଇ ସହ ଖେଳୁଥିଲା ଲୁଚକାଳି । ବିଦେଶରେ କରୁଥିଲା ଅଏସ । ଆଉ ଶେଷରେ ଭୁବନେଶ୍ୱରରେ ଧରାପଡ଼ିଛି ଦିଲ୍ଲୀର ମୋଷ୍ଟ ୱାଣ୍ଟେଡ୍ ଦ୍ୱିବେନ୍ଦୁ ମହାରାଣା ।
କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)ର ମୋଷ୍ଟ ୱାଣ୍ଟେଡ ଦ୍ୱିବେନ୍ଦୁ ମହାରଣା ଗିରଫ I ଆବୁଧାବିରୁ ଭୁବନେଶ୍ୱର ଆସୁଥିବା ବେଳେ ଦ୍ୱିବେନ୍ଦୁକୁ ଅଟକ ରଖିଲା ଇମିଗ୍ରେସନ୍ ଟିମ୍ I ଏହାପରେ ଏୟାରପୋର୍ଟ ଥାନାରେ ଅଭିଯୁକ୍ତକୁ ରଖି ପଚରାଉଚରା କରାଯାଉଛି I ଦିଲ୍ଲୀରେ ମିଛି ସଂସ୍ଥା କରି ଲୋକଙ୍କୁ ନିକଟରୁ କୋଟି କୋଟି ଟଙ୍କା ଲୁଟି କରି ଦୁବାଇ ପଳାଇଥିଲା ଦ୍ୱିବେନ୍ଦୁ । ଦ୍ୱିବେନ୍ଦୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ ସିବିଆଇ କୋର୍ଟ । ଦ୍ୱିବେନ୍ଦୁର ଘର କଟକ ଜିଲ୍ଲାରେ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି I




