ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ମମତା ବାନାର୍ଜୀଙ୍କ ପୂର୍ବତନ ସାଂସଦ ହେବେ ବାଂଲାଦେଶର ଉଚ୍ଚାୟୋଗ

ମୋଦୀ-ସରକାରଙ୍କ-ବଡ଼-ନିଷ୍ପତ୍ତି,-ମମତା-ବାନାର୍ଜୀଙ୍କ-ପୂର୍ବତନ-ସାଂସଦ-ହେବେ-ବାଂଲାଦେଶର-ଉଚ୍ଚାୟୋଗ

ନୂଆଦିଲ୍ଲୀ: ମୋଦୀ ସରକାର ବଡ଼ ପଦକ୍ଷେପ ଉଠାଇ ପଶ୍ଚିମବଙ୍ଗର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କୁ ବାଂଲାଦେଶର ଉଚ୍ଚାୟୋଗ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିନେଶ ତ୍ରିବେଦୀ ବିଜେପିରେ ମିଶିବା ପୂର୍ବରୁ ଟିଏମସିର ସାଂସଦ ଥିଲେ। ଟିଏମସି କୋଟାରୁ ହିଁ ୟୁପିଏ ସରକାରରେ ରେଳ ମନ୍ତ୍ରୀ ଥିଲେ। ପରେ ସେ ବିଜେପିରେ ମିଶିଥିଲେ। ତ୍ରିବେଦୀ କୂଟନୀତିଜ୍ଞ ପ୍ରଣୟ ବର୍ମାଙ୍କ ସ୍ଥାନ ନେବେ। ବର୍ମା ଏବେ ବ୍ରସେଲ୍ସ ଯାଇ ୟୁରୋପୀୟନ ୟୁନିୟନରେ ଭାରତର ରାଷ୍ଟ୍ରଦୂତ ପଦ ସମ୍ଭାଳିବେ।

ୟୁପିଏ କାର୍ଯ୍ୟକାଳରେ ଦିନେଶ ତ୍ରିବେଦୀ ରେଳ ମନ୍ତ୍ରୀ ବ୍ୟତୀତ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସେ ୨୦୨୧ ଫେବୃଆରୀ ୧୨ରେ ଟିଏମସିରୁ ଇସ୍ତଫା ଦେଇ ସେହି ବର୍ଷ ମାର୍ଚ୍ଚ ୬ରେ ବିଜେପିରେ ସାମିଲ୍ ହୋଇଥିଲେ। ସେହି ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିଲା ଏବଂ ଅନେକ ଟିଏମସି ନେତା ବିଜେପିରେ ମିଶିଥିଲେ। ହେଲେ ପାର୍ଟି ମାତ୍ର ୭୭ ସିଟ୍ ଜିତିଥିଲା ଏବଂ ମମତା ବାନାର୍ଜୀ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Also Read: ଦ୍ୱୈତ ନାଗରିକତା ମାମଲା: ଆହ୍ଲାବାଦ କୋର୍ଟରୁ ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି, FIR ଆଦେଶ ପ୍ରତ୍ୟାହୃତ

ସରକାର ଦେଲେ ସ୍ପଷ୍ଟ ସଙ୍କେତ

ଦିନେଶ ତ୍ରିବେଦୀଙ୍କ ନିଯୁକ୍ତି ମୋଦୀ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ ସଙ୍କେତ ଯେ, ଗୁରୁତ୍ଵପୂର୍ଣ୍ଣ ଦେଶରେ ଭାରତର ଦୂତ ଭାବେ ରାଜନୈତିକ ନେତାଙ୍କୁ ପଠାଇବାରେ କୌଣସି ସଙ୍କୋଚ କରିବେ ନାହିଁ। କେବଳ ଭାରତୀୟ ବିଦେଶ ସେବାର ଅଧିକାରୀଙ୍କୁ କେବଳ ଏହି ପଦରେ ନିଯୁକ୍ତି ଦିଆଯିବ ନାହିଁ। ପୂର୍ବତନ ସେନା ପ୍ରମୁକ ଜେନେରାଲ ଦଲବୀର ସିଂ ସୁହାଗ ୨୦୨୯-୨୦୨୨ ପର୍ଯ୍ୟନ୍ତ ଭାରତର ଉଚ୍ଚୟୋଗ ଭାବେ କାମ କରିଛନ୍ତି। ଢାକାରେ ତ୍ରିବେଦୀଙ୍କ ପୋଷ୍ଟିଂ ଏହା ସଙ୍କେତ ଦେଉଛି ଯେ, ଭାରତ ନିଜର ପଡ଼ୋଶୀ ଦେଶରେ ଦୁତ ଭାବେ ବରିଷ୍ଠ ରାଜନେତାଙ୍କୁ ପଠାଇବ।

Also Read: ଟ୍ରମ୍ପଙ୍କ ନିଦ ହଜାଇଲାଣି ଇରାନର ‘ମଶା’, ହର୍ମୁଜ୍ ପ୍ରଣାଳୀରେ ଭୟରେ ଥରୁଛନ୍ତି ଆମେରିକୀୟ ନୌସେନା, ଜାଣନ୍ତୁ କ’ଣ ଏହି ଅସ୍ତ୍ର…

ବାଂଲାଦେଶରେ ସରକାର ବଦଳିବା ଓ ତାରିକ ରେହମାନଙ୍କ ପ୍ରଧାନମନ୍ତ୍ରୀ ହେବା ପରଠୁ ଭାରତ ସହିତ ସମ୍ବନ୍ଧ ସୁଧୁରୁଛି। ଶେଖ ହସିନା କ୍ଷମତାରୁ ହଟିବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ସରକାର ସମୟରେ ଭାରତ ସହିତ ସଂପର୍କ ବିଗିଡ଼ିଥିଲା। ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ବଢିବା ସହ ଅନେକ ହିନ୍ଦୁ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏଥିରେ ଭାରତ ଓ ବାଂଲାଦେଶ ସଂପର୍କରେ ତିକ୍ତତା ଭରି ଯାଇଥିଲା। ନିକଟରେ ସଂପନ୍ନ ସାଧାରଣ ନିର୍ବାଚନ ପରେ ତାରିକ ରେହମାନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ବନ୍ଧରେ ସୁଧାର ଆସିଛି।

Scroll to Top