ନୂଆଦିଲ୍ଲୀ ୨୨/୦୯: ମୋଦି ସରକାରଙ୍କ ପୂଜା ଭେଟି । ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍ଟି । ୩ ସେପ୍ଟେମ୍ବର, ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ସାରାଦେଶରେ ଲାଗୁ ହୋଇଛି । ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଇଥିବା ବେଳେ ଏଣିକି କେବଳ ୫% ଓ ୧୮% ଜିଏସ୍ଟି ରହିଛି । ଅଧିକାଂଶ ସାମଗ୍ରୀର ଦରରେ ବ୍ୟାପକ ହ୍ରାସ ଘଟିଛି । ଫଳରେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ଯିବ । ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
PM Narendra Modi tweets, “Navratri greetings to all of you. May this sacred festival, filled with devotion, courage, restraint, and determination, bring new strength and new faith into everyone’s life. Jai Mata Di!” pic.twitter.com/2zEHLW1M3Y
— ANI (@ANI) September 22, 2025
ରାସନ ସାମଗ୍ରୀ ଏବଂ କ୍ଷୀର ଉତ୍ପାଦ ଠାରୁ ଆରମ୍ଭ କରି ଟିଭି, ଏସି, ଏବଂ କାର୍ ଏବଂ ବାଇକ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ପରିବର୍ତ୍ତନ ହୋଇ ପୂର୍ବାପେକ୍ଷା ଆଜିଠାରୁ ଶସ୍ତା ହେବ । ମଧ୍ୟମ ଆୟବର୍ଗର ଲୋକଙ୍କ ସଞ୍ଚୟକୁ ବଢ଼ାଇବ । ଯୁବବର୍ଗଙ୍କୁ ମଧ୍ୟ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର । ଜିଏସଟି ସଂସ୍କାର ଅଧୀନରେ, ସରକାର ଅନେକ ସାମଗ୍ରୀ ପାଇଁ ସ୍ଲାବ ପରିବର୍ତ୍ତନ କରିଛନ୍ତି ଏବଂ ଅନେକ ସାମଗ୍ରୀକୁ ଜିଏସଟିରୁ ମୁକ୍ତ ମଧ୍ୟ କରିଛନ୍ତି । ବର୍ତ୍ତମାନ ଶୂନ୍ୟ ଜିଏସଟି ଅଧିନରେ ଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଖାଦ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ । ୫ ରୁ ୧୮% ଟିକସ ସ୍ଲାବ ଅଧୀନରେ ଆସୁଥିବା ଅନେକ ଉତ୍ପାଦକୁ ଏଥିରୁ ମୁକ୍ତ କରାଯାଇଛି । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଶିକ୍ଷା, କୃଷି, ଚିକିତ୍ସା ଏବଂ ପିଲାମାନଙ୍କ ପାଠପଢ଼ା ସାମଗ୍ରୀ ମଧ୍ୟ ନୂଆ ଜିଏସଟି କାର୍ଯ୍ୟକାରୀ ହେବା ପରେ ଶସ୍ତା ହୋଇଛି ।
PM Narendra Modi tweets, “This time, this auspicious occasion of Navratri is very special. Along with the GST Bachat Utsav, the mantra of Swadeshi is going to receive new energy during this period. Let us come together in collective efforts for the fulfilment of the resolve for a… pic.twitter.com/eFUQhFX3uT
— ANI (@ANI) September 22, 2025
ଔଷଧ ଜୀବନ ବୀମା ଉପରେ ଜିଏସଟି ଉଚ୍ଛେଦ କରି ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଲାଗୁ ହେଉଥିବା ୧୨% ଜିଏସଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ୍ଦ କରାଯାଇଛି । ଯେଉଁଥିରେ ୩ଟି କ୍ୟାନ୍ସର ଔଷଧ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଆଜିଠାରୁ କିଛି ବିଳାସପୂର୍ଣ୍ଣ ଏବଂ କ୍ଷତିକାରକ ଜିନିଷ ଉପରେ ଟିକସ ବୃଦ୍ଧି ପାଇବାକୁ ଯାଉଛି, ଅର୍ଥାତ୍ ଏହା ମହଙ୍ଗା ହେବ ହୋଇଯିବ ।




