ମୋଦିଙ୍କ ବିରୋଧରେ କହିବା ରାହୁଲ ଗାନ୍ଧିଙ୍କୁ ପଡିଲା ମହଙ୍ଗା, ଭଲ କି ଶୁଣେଇଲେ ପପ୍ ଗାୟିକା ମିଲବେନ୍

ମୋଦିଙ୍କ-ବିରୋଧରେ-କହିବା-ରାହୁଲ-ଗାନ୍ଧିଙ୍କୁ-ପଡିଲା-ମହଙ୍ଗା,-ଭଲ-କି-ଶୁଣେଇଲେ-ପପ୍-ଗାୟିକା-ମିଲବେନ୍

ନୂଆଦିଲ୍ଲୀ ୧୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆରୋପ ଲଗାଇ କହିଥିଲେ ଯେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଡରନ୍ତି। ଏହି କାରଣରୁ ସେ ବାରମ୍ବାର ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏବେ ରାହୁଲଙ୍କ ଏହି ବୟାନ ଉପରେ ଆମେରିକୀୟ ପପ୍ ଗାୟିକା ମେରୀ ମିଲବେନ ପ୍ରତିକ୍ରିୟା ଦେଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବା ବେଳେ ରାହୁଲ ଗାନ୍ଧିଙ୍କ ବୟାନକୁ କୋଟ୍ କରିଛନ୍ତି।ଏଥିରେ ସେ ଲେଖିଛନ୍ତି ‘ରାହୁଲ ଗାନ୍ଧି ଆପଣ ଭୁଲ ବୁଝୁଛନ୍ତି, ପିଏମ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଡରନ୍ତି ନାହିଁ’।

ସେ ଲେଖିଛନ୍ତି ‘ପ୍ରଧାନମନ୍ତ୍ରୀ ଦୀର୍ଘ କାଳୀକ ରଣନୀତିକୁ ବୁଝନ୍ତି ଓ ଆମେରିକା ସହିତ ତାଙ୍କ କୁଟନୀତି ରଣନୈତିକ। ଯେପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟଙ୍କ ହୀତକୁ ସର୍ବୋପରି ରଖନ୍ତି, ପିଏମ ମୋଦି ମଧ୍ୟ ତାହା କରୁଛନ୍ତି ଯାହା ଭାରତ ଲାଗି ସବୁଠୁ ଭଲ ହେବ ଓ ମୁଁ ଏହାକୁ ଉଚ୍ଚ ପ୍ରଶଂସା କରୁଛି। ରାଷ୍ଟ୍ରାଧ୍ୟକ୍ଷ ଏହା ହିଁ କରନ୍ତି ଓ ସେ ସେଇଆ କରୁଛନ୍ତି ଯାହା ତାଙ୍କ ଦେଶ ଲାଗି ସବୁଠୁ ଉତ୍ତମ ହେବ’।

You are wrong, @RahulGandhi.
PM @narendramodi is not afraid of President Trump. PM Modi understands the long game and his diplomacy with the U.S. is strategic. Just as @POTUS will always put America’s interests first, so will PM Modi do what is best for India. And I applaud that.… https://t.co/4p0HNRCAv2

— Mary Millben (@MaryMillben) October 17, 2025

ଏଥିରେ ମୋଦିଙ୍କ ବିରୋଧରେ କହିବା ଯୋଗୁ ସେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଛାଡି ନାହାନ୍ତି। କହିଛନ୍ତି ‘ମୁଁ ଆପଣଙ୍କ ଠାରୁ ଏପରି ଭାବେ ନେତୃତ୍ୱକୁ ବୁଝିବା ଆଶା କରେ ନାହିଁ, କାରଣ ଆପଣଙ୍କ ଠାରେ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ କୁଶାଗ୍ର ବୁଦ୍ଧି ନାହିଁ। ଭଲ ହେବ ଆପଣ ଆପଣଙ୍କ ‘ଆଇ ହେଟ୍ ଇଣ୍ଡିଆ ଟୁର’ରୁ ଫେରି ଯାଆନ୍ତୁ, ଯାହାର ଦର୍ଶକ କେବଳ ଆପଣ’। ଉଲ୍ଲେଖ ଯୋଗ୍ୟ ଯେ ଇସାୟୀ ଧର୍ମରେ ଜନ୍ମିତ ସିଙ୍ଗର  ମ୍ୟାରୀ ମିଲବେନ ଆମେରିକା ଅଖଲାହମା ସହରରେ ଲାଳିତପାଳିତ ହୋଇଛନ୍ତି ଓ ବଢିଛନ୍ତି। ତାଙ୍କ ମା ପେଣ୍ଟେକୋଷ୍ଟାଲ ସଙ୍ଗୀତ ପାଦ୍ରୀ ରୂପେ କାମ କରୁଥିଲେ। ମାଁଙ୍କୁ ଦେଖି ତାଙ୍କର ଆଗ୍ରହ ସଙ୍ଗୀତ ପ୍ରତି ବଢିଥିଲା।

ସେ ମାତ୍ର ୫ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଦେଇଥିଲେ। ମିଲବେନ ଲଗାତାର ୪ ରାଷ୍ଟ୍ରପତି ଜର୍ଜ ବୁଶ୍, ବାରାକ ଓବାମା, ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ ଲାଗି ଜାତୀୟ ସଙ୍ଗୀତ ଓ ଦେଶ ଭକ୍ତି ଗୀତ ପ୍ରସ୍ତୁତ କରିଛନ୍ତି। ଆମେରିକୀୟ ପପ ସିଙ୍ଗର ମେରି ମିଲବେନ୍ ଭାରତରେ ସେତେବେଳେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ୨୦୨୦ ମସିହା ସ୍ୱାଧୀନତା ଦିବସରେ ଭାରତର ଜାତୀୟ ସଙ୍ଗୀତ ଗାଇଥିଲେ। ଏହା ସହିତ ସେ ଦୀପାବଳି ଉତ୍ସବ ନିମନ୍ତେ ‘ଜୟ ଜଗଦୀଶ ହରେ’ ଗାଇ ଭାରତୀୟ ଲୋକଙ୍କ ମନରେ ତାଙ୍କର ଛାପ ଛାଡିଥିଲେ। ୨୦୨୨ରେ ମିଲବେନଙ୍କୁ ସ୍ୱାଧୀନତା ଦିବସ ସମାରୋହ ପ୍ରସ୍ତୁତି ନିମନ୍ତେ ଭାରତ ଆମନ୍ତ୍ରିତ  କରାଯାଇଥିଲା।  

Scroll to Top