ମେଣ୍ଢି ପାଇଁ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ
Published By: Deepak – Prameya-News7 Bureau | October 08, 2025 10:39 PM
NEWS7
ଦେବଗଡ଼: ସାମାନ୍ୟ ମେଣ୍ଢି ପାଇଁ ସୃଷ୍ଟି ବଚସାରୁ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଏହି ଘଟଣା ଘଟିଛି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଔତଳ ଗ୍ରାମରେ। ମୃତକ ହେଲେ ସେହିଗ୍ରାମର ବଳ ବେହେରା। ଅଭିଯୁକ୍ତ ପୁଅ ଭଦ୍ର ବେହେରା ବାରକୋଟ ପୋଲିସ ଦ୍ବାରା ଅଟକ।
ବାପା ବଳ ବେହେରା ମେଣ୍ଢି ପାଳନ କରି ପରିବାର ପ୍ରତିପୋଷଣ କରୁଥିଲେ। ସେହି ମେଣ୍ଢି ମଧ୍ୟରୁ ଗୋଟିଏ ମେଣ୍ଢି ମାରି ପୁଅ ଭଦ୍ର ବେହେରା ସାଙ୍ଗ ମାନଙ୍କ ସହ ଭୋଜି କରି ଖାଇଦେଇଥିଲେ। ଏହାକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ସେହି ବଚସାରୁ ରାଗରେ ପୁଅ ବାପାକୁ ଟାଙ୍ଗିଆ ରେ ହାଣି ହତ୍ୟା କରି ମାଟିରେ ପୋତିଦେଇଥିଲା। ଖବର ପାଇ ବାରକୋଟ ଥାନା ପୋଲିସ ମାଟି ତଳୁ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅ ଭଦ୍ର ବେହେରାକୁ ଅଟକ ରଖି ପଚରା ଉଚରା କରୁଛନ୍ତି।




