ମୃତ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ନାରୀନ୍ୟାୟ ପଦଯାତ୍ରା
Published By : Prameya-News7 Bureau | August 10, 2025 IST

କୋଣାର୍କ ୧୦।୮: ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ପୀଡ଼ିତାଙ୍କୁ ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟଜନକ ମୃତ୍ୟୁକୁ ନେଇ ରାଜ୍ୟ କଂଗ୍ରେସର ଖେଲାର ଠାରୁ ଆରମ୍ଭ କରି ଭାୟା ବଳଙ୍ଗା ବାୟାବର ଓ ନିମାପଡା ପର୍ଯ୍ୟନ୍ତ ନାରୀନ୍ୟାୟ ପଦଯାତ୍ରା ଆରମ୍ଭ ହୋଇଛି । କଂଗ୍ରେସର ଏହି ନାରୀନ୍ୟାୟ ପଦଯାତ୍ରାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାଶଙ୍କ ସଭାପତିତ୍ୱରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହିତ ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ଖେଲାର ଠାରୁ ଭାୟା ବୟାବର ଦେଇ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା ସହିତ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ବଳଙ୍ଗା ପୀଡ଼ିତାଙ୍କ କବର ସ୍ଥାନ ନିକଟକୁ ଯାଇ ସେଠାରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହିତ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ । ସେଠାରୁ ସିଧାସଳଖ ପୀଡ଼ିତାଙ୍କୁ ପୋଡ଼ା ଯାଇଥିବା ଘଟଣାସ୍ଥଳ ବୁଲିବା ସହିତ ପ୍ରତ୍ୟେକ୍ଷଦର୍ଶୀ ଦୁଃଖୀଶ୍ୟାମ ସେନାପତିଙ୍କ ଘର ନିକଟକୁ ଯାଇ ତାଙ୍କ ଧର୍ମପତ୍ନୀଙ୍କ ସହ ୧୦ମିନିଟରୁ ଉର୍ଦ୍ଧ୍ବ ଘଟଣା ବିଷୟରେ ଆଲୋଚନା କରିଥିଲେ । ପରେ ପରେ ବଳଙ୍ଗା ମୁଖ୍ୟବଜାରରୁ ସିଧା ନିମାପଡ଼ା ଆଭିମୁଖ୍ୟ ବାହାରିଥିଲା ଭକ୍ତଙ୍କ ପଦଯାତ୍ରା ।
You Can Read:
କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା : ଏତଲା ଦେଲେ ଗିରଫ ପୁରୁଷ ବନ୍ଧୁଙ୍କ ବାପା
ସମ୍ବନ୍ଧିତ ଖବର







