ମୃତ୍ୟୁ ଏମିତି ଆସେ…ଧନଦାତ୍ରୀଙ୍କ ଆବାହନ କରୁଥିଲେ, ଡାକିନେଲା ଯମ

ମୃତ୍ୟୁ-ଏମିତି-ଆସେ…ଧନଦାତ୍ରୀଙ୍କ-ଆବାହନ-କରୁଥିଲେ,-ଡାକିନେଲା-ଯମ

ସୋର ୦୯/୧୦: ଜୀବନ କଣ । ଏଇଠି ଅଛି ଏଇଠି ନାହିଁ । ପାଣି ଫୋଟକା । କେତେବେଳେ ପଡିବ କାହା ପାଳି କିଏ କହିବ । କିଛ ସମୟ ତଳେ ହସୁଥିବା ଚେହେରାରେ ଛାଇଯାଏ କଳାବାଦଲ । ମୋଟ ଉପରେ କହିବାକୁ ଗଲେ ନିଶ୍ୱାସ ଉପରେ ନାହିଁ ବିଶ୍ୱାସ । ଚାଲି ବୁଲୁଥିବା ଶରୀର ପାଲଟିଯାଏ ଶବ । ଜୀବନ ଉପରେ କାହାର ନିୟନ୍ତ୍ରଣ ନାହିଁ ।

କେତେବେଳେ କିଏ ଦୁର୍ଘଟଣା, ତ କେତେବେଳେ ହୃଦ୍‌ଘାତ । ଅନେକ କାରଣରୁ ମୃତ୍ୟୁ ମୁଖରେ ପଡୁଥିବା ଘଟଣା ଆମ ଦୈନନ୍ଦୀନ ଜୀବନରେ ଘଟିଚାଲିଛି । ଠିକ୍ ସେମିତି ଏକ ଘଟଣା ଆସିଛି ବାଲେଶ୍ବର ସିମୁଳିଆ ଅଞ୍ଚଳରୁ । ପୂଜା କରୁ କରୁ ଟଳିପଡ଼ିଛନ୍ତି ପୂଜକ । ଆଉ ମାଆ ଲକ୍ଷ୍ମୀଙ୍କ ଆଗରେ ନିମିଷକେ ଉଡ଼ିଯାଇଛି ପ୍ରାଣବାୟୁ ।  

ସୂଚନା ଥାଉକି, ମଇତାପୁର ପଞ୍ଚାୟତର ରାମବିନ୍ଧା ଗ୍ରାମର ପଦ୍ମଲୋଚନ ଦାଶଙ୍କ ପୁଅ ସୁରେନ୍ଦ୍ର ଦାଶ । ବୟସ ୨୪ ବର୍ଷ । ପେଶାରେ ସେ ପୂଜକ । ନିଜ ଅଞ୍ଚଳରେ ଚାଲିଛି ଲକ୍ଷ୍ମୀପୂଜା । ସବୁଦିନ ଭଳି କଳାଶୁଣିରେ ପୂଜା କରୁଥିଲେ ସୁରେନ୍ଦ୍ର । ଗୀତା ଯଂଜ୍ଞ ପୂଜାରେ କମ୍ପୁଥିଲା ପରିବେଶ । ମନ୍ତ୍ର ପଢି ମାଇକ୍ରୋଫୋନ ଧରି ପୂଜା କରୁଥିଲେ । ହଠାତ ମାରିଥିଲା ବ୍ରଜ୍ରାପାତ । ଆଉ ଚାର୍ଜ ହୋଇଯାିଥିଲା ମାଇକ୍ରୋ ଫୋନ ।

ଆଉ ସଂଗେ ସଂଗେ ପୂଜକ ସୁରେନ୍ଦ୍ର ସେହିଠାରେ ଟଳି ପଡିଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ କାର ଯୋଗେ ଭଦ୍ରକ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଦେହାନ୍ତ ଖବର ସାରା ମଇତାପୁର ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।
 

Scroll to Top