‘ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ’
Published By: Ruby – Prameya-News7 Bureau | October 16, 2025 04:45 PM
NEWS7
ଭୁବନେଶ୍ବର ୧୬।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆପଡ଼ା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । କିଛି ପାୱାର ଶୋ’ କାମ ଦେବନି । ସାଧାରଣ ଲୋକଙ୍କୁ ସାମିଲ କରି ନାଁ ନେବାକୁ ଚେଷ୍ଟା କରାଯାଉଛି । ଆମର କୌଣସି ନେତା ଅସନ୍ତୁଷ୍ଟ ନାହାନ୍ତି । ଯେଉଁମାନେ ସେଠାରେ ଦାୟିତ୍ୱରେ ଥିଲେ ସେମାନେ କେହି ଯାଇନାହାନ୍ତି । ସାଧାରଣ ଭୋଟରଙ୍କୁ ନେଇ ମିଶ୍ରଣ ପର୍ବ କରୁଛନ୍ତି ।
ଜିଲ୍ଲା ବାହାରର ଅନେକ ନେତା ବିଧାୟକ ଏବଂ ମନ୍ତ୍ରୀ ହୋଇଛନ୍ତି । ସେଥିରେ କିଛି ଅସୁବିଧା ନାହିଁ । କୌଣସି ଦଳ ମହିଳାଙ୍କୁ ସମ୍ମାନ ଦେଉନି, ଆଗକୁ ଛାଡ଼ୁନି । ନବୀନ ବାବୁ ମହିଳାଙ୍କ ପାଇଁ ଅନେକ କିଛି କରିଛନ୍ତି । ସେହି ଆଧାରରେ ମହିଳାଙ୍କୁ ଟିକେଟ୍ ଦିଆଯାଇଛି । ସେ ଓଡ଼ିଶାର ନେତ୍ରୀ । ବିଜେଡି ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ।




