ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର “ପରୀ”, ୨୦ଟି ପ୍ରେକ୍ଷାଳୟରେ ଭରପୁର ଦର୍ଶକ

ମୁକ୍ତିଲାଭ-କଲା-ଓଡ଼ିଆ-ଚଳଚ୍ଚିତ୍ର-“ପରୀ”,-୨୦ଟି-ପ୍ରେକ୍ଷାଳୟରେ-ଭରପୁର-ଦର୍ଶକ

ଭୁବନେଶ୍ୱର: “ପରୀ” ଏକ ନିରୀହ, କୋମଳ ଫୁଲ କଢ଼ି l ତାକୁ ନେଇ ଅନେକ ସ୍ୱପ୍ନ ଥାଏ ବାପା ମାଆଙ୍କରl ମାତ୍ର ଅକାଳରେ ସେ ଝରି ପଡେ କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ l ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଏ ବିଚରା ବାପାମାଆଙ୍କର ଭଲପାଇବାl ହେଲେ ପରିଶେଷରେ କ’ଣ ପରୀକୁ ନ୍ୟାୟ ମିଳିଛି? ସମାଜରେ କ୍ରମାଗତ ଭାବରେ କୋମଳମତି ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବଢ଼ିବାରେ ଲାଗିଛିl ଏଭଳି ଏକ ସ୍ପର୍ଶକତାର କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ପରୀ। ଯାହା ଶୁକ୍ରବାର ପ୍ରେଖ୍ୟାଳୟରେ ରିଲିଜ୍ ହୋଇଛି।

ଓଡ଼ିଶାରେ ଘଟିଥିବା ‘ପରୀ’ ମାମାଲରେ ପୁଲିସ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ପାରିଲା ନାହିଁ। ପରୀର ଅଙ୍ଗ ତସ୍କରି ହୋଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ହେଲେ ପରୀ ଚଳଚ୍ଚିତ୍ରରେ ଅଙ୍ଗ ତସ୍କରୀ କଥା ଉଲ୍ଲେଖ କରାଯାଇନଥିବା ବେଳେ ଅପରାଧୀଙ୍କୁ ପୋଲିସ୍ ଧରିଛି ବୋଲି କହିଛନ୍ତି ସଂଳାପ ଲେଖକ ଡଃ ରଜନୀ ରଞ୍ଜନ।

ଅନେକ ବାଦ ବିବାଦର ଅନ୍ତ ଘଟାଇ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ” ସାରା ଓଡ଼ିଶାରେ ୨୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଭୁବନେଶ୍ୱରସ୍ଥିତ ସ୍ତୁତି ସିନେପ୍ଲେକ୍ସରେ ଏହାର ପ୍ରିମିୟର ଶୋ ହୋଇଥିଲାl ଅନେକ ସିନେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ଏବଂ ସିନେ ସମୀକ୍ଷକ ସାଧାରଣ ଦର୍ଶକଙ୍କ ସହିତ ଏକାଠି ପରୀ ଚଳଚ୍ଚିତ୍ର ଦେଖିଥିଲେl

Scroll to Top