ନୂଆଦିଲ୍ଲୀ ୨୪/୦୧: ପାଖାପାଖି ଦୁଇ ବର୍ଷରୁ ଅଧିକ । ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବା ପରେ ଫେରିଲେ । ଆଉ ଫେରିଲେ ତ ଫେରିଲେ ପୁଣି ଜବରଦସ୍ତ କମ୍ବ୍ୟାକ୍ । ଦ୍ୱିତୀୟ ଟ-୨୦ରେ ଝଡ ଭଳି ବର୍ଷିଲେ ଇଶାନ କିଶନ । ସମସ୍ତଙ୍କୁ ଦେଖାଇଦେଲେ କେମିତି ହୁଏ କମ୍ବ୍ୟାକ୍ । ଖାଲି ଚଉକା, ଛକ୍କାରେ କମ୍ପିଥିଲା ମୈଦାନ । ନିତ୍ସାର ପାଇଲେନି କୌଣସି ବୋଲର । ଫେଲ୍ ମାରିଲା, ପେସ୍, ସ୍ପେଲ । ସମାଲୋଚକଙ୍କ ମୁହଁ ବି ଚୁପ୍ ।
ଆଉ ଏମିତି ଜବରଦସ୍ତ ଫର୍ମ ପରେ POM ଟ୍ରଫି ହାତେଇଥିଲେ ଇଶାନ କିଶନ । ତେବେ ଏହା ପୂର୍ବରୁ ନିଜକୁ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲେ କିସନ । ନିଜକୁ ପଚାରିଥିଲେ ମୁଁ କଣ ପୁଣିଥରେ ଭାରତ ପାଇଁ ପ୍ରଦର୍ଶନ କରିପାରିବି କି? ହେଲେ ରାୟପୁରରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ତାଙ୍କ ବ୍ୟାଟ୍ ଦେଇଥିଲା ତାଙ୍କ ଉତ୍ତର ।
𝟓𝟎 𝐢𝐧 𝐚 𝐟𝐥𝐚𝐬𝐡 ⚡#IshanKishan slams the fastest T20I half-century in just 21 balls for India v NZ. 😮💨#INDvNZ, 2nd T20I | LIVE NOW 👉 https://t.co/Be1n2FWbLQ pic.twitter.com/UbpqrgpcTm
— Star Sports (@StarSportsIndia) January 23, 2026
୨୦୯ ରନର ଏକ ବିଶାଳ ଲକ୍ଷ୍ୟର ପିଛା କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମରୁ ଦୁଇ ଓପନରଙ୍କୁ ହରାଇଥିଲା ଟିମ୍ । ତେବେ ଦ୍ୱିତୀୟ ଡାଉନ୍ରେ ମୈଦାନକୁ ଆସିଥିଲେ ଇଶାନ । ୩୨ ବଲ୍ରେ କରିଥିଲେ ୭୬ ରନର ଏକ ବିସ୍ଫୋରକ ଇନିଂସ । ଖେଳ ଏମିତି ଥିଲା ଯେ, ମ୍ୟାଚ୍କୁ ଏକପାଖିଆ କରିଦେଲେ । ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହା କେବଳ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ ଇନିଂସ ଥିଲା । କିନ୍ତୁ ଏହା ଝାଡ଼ଖଣ୍ଡ ବ୍ୟାଟସମ୍ୟାନଙ୍କୁ ପ୍ରଭାବିତ କରିନଥିଲା ।
ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହେବା ପରେ, କିସନ କହିଥିଲେ, “ମୁଁ ନିଜକୁ ପଚାରିଥିଲି, ‘ମୁଁ ପୁଣି ଥରେ ଭାରତୀୟ ଜର୍ସି ପିନ୍ଧି ପ୍ରଦର୍ଶନ କରିପାରିବି କି?’ ମୋର ଏକ ସ୍ପଷ୍ଟ ଉତ୍ତର ଥିଲା।”ଟିମ୍ ଇଣ୍ଡିଆରୁ ବାଦ ପଡ଼ିବା ପରେ, କିସନ ବଟମ ଅପ୍ ଆପ୍ରୋଚ୍ ପଦ୍ଧତି ଗ୍ରହଣ କରିଥିଲେ । ସେ ବୁଚି ବାବୁ ଟ୍ରଫି ଓ ଡିୱାଇ ପାଟିଲ ଟୁର୍ଣ୍ଣାମେଣ୍ଟ ଭଳି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ।
ପରେ ଝାଡ଼ଖଣ୍ଡର ପ୍ରଥମ ସୟଦ ମୁସ୍ତାକ ଅଲି ଟ୍ରଫି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ସମଗ୍ର ସିଜିନରେ ୫୦୦ ରୁ ଅଧିକ ରନ କରିଥିଲେ। କିସନ କହିଥିଲେ, “ମୁଁ କେବଳ ରନ କରିବାକୁ ଚାହୁଁଥିଲି । ମୋର ବ୍ୟାଟିଂ କେଉଁଠି ଅଛି ସେ ବିଷୟରେ ନିଜକୁ ଉତ୍ତର ଦେବା ଗୁରୁତ୍ୱପୂର୍ଣ୍ଣ ଥିଲା । ଘରୋଇ କ୍ରିକେଟ୍ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।ମ୍ୟାଚ୍ରେ ଭାରତର ଆରମ୍ଭ ଖରାପ ଥିଲା । ଏହା ସତ୍ତ୍ୱେ, କିସନ୍ ପ୍ରେସରରେ ମଧ୍ୟ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିଥିଲେ ।
“ମୁଁ ଆଜି କେବଳ ମୋର ମାନସିକତା ଉପରେ ଧ୍ୟାନ ଦେଉଥିଲି । ଯଦି ମୁଁ ଆଉଟ୍ ହୋଇଯାଏ, ତଥାପି ମୁଁ ଭଲ କ୍ରିକେଟ୍ ଖେଳିବାକୁ ଚାହୁଁଥିଲି। ପ୍ରାୟ ୨୪୦ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିବା ସତ୍ତ୍ୱେ, କିସନ୍ କହିଥିଲେ ଯେ ସେ ଅନାବଶ୍ୟକ ବିପଦ ନେଇ ନଥିଲେ । ସେ କହିଥିଲେ ଯେ ୨୦୦ରୁ ଅଧିକ ଲକ୍ଷ୍ୟ ପିଛା କରିବା ସମୟରେ, ପାୱାରପ୍ଲେରେ ରନ୍ କରିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମେ ବିପଦ ନେବାକୁ ଚାହୁଁ ନଥିଲୁ।ସେପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ କିସନ୍ଙ୍କ ଇନିଂସ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।
ସେ କହିଥିଲେ, “ମୁଁ ତାଙ୍କୁ କେବେ ଏମିତି ପ୍ରେସରରେ ରହି ବ୍ୟାଟିଂ କରିବାର ଦେଖିନାହିଁ । ପାୱାରପ୍ଲେରେ ଏତେ ରନ୍ କରିବା ଅବିଶ୍ୱସନୀୟ ଥିଲା।” ସୂର୍ଯ୍ୟ ଆହୁରି ଥଟ୍ଟାରେ ବି କହିଥିଲେ ଯେ ସେ କିସନ୍ଙ୍କ ଉପରେ ରାଗିଥିଲେ । କାରଣ ସେ ପାୱାରପ୍ଲେରେ ଷ୍ଟ୍ରାଇକ୍ ପାଇନଥିଲେ । କ୍ୟାପ୍ଟେନ୍ ସୂର୍ଯ୍ୟା କହିଛନ୍ତି, “ମୁଁ ଟିକେ ରାଗିଥିଲି, କିନ୍ତୁ ମୁଁ ଜାଣିଥିଲି ଯେ ମୁଁ ପରେ ଏହାକୁ କଭର୍ କରିପାରିବି । ୨୩ ଇନିଂସ ପରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ମଧ୍ୟ ସ୍ୱୀକାର କରିଛନ୍ତି ଯେ ନେଟ୍ସରେ ବିରତି ଏବଂ କଠିନ ପରିଶ୍ରମ ତାଙ୍କୁ ସାହାଯ୍ୟ କରିଥିଲା।




