ମାସକୁ ୪ ଲକ୍ଷ କ’ଣ ଯଥେଷ୍ଠ ନୁହେଁ ? ସାମୀଙ୍କ ପତ୍ନୀ ହସୀନ ଜାହାଁଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କ୍ରିକେଟରଙ୍କୁ କଲେ ନୋଟିସ୍

ମାସକୁ-୪-ଲକ୍ଷ-କ’ଣ-ଯଥେଷ୍ଠ-ନୁହେଁ-?-ସାମୀଙ୍କ-ପତ୍ନୀ-ହସୀନ-ଜାହାଁଙ୍କୁ-ସୁପ୍ରିମକୋର୍ଟଙ୍କ-ପ୍ରଶ୍ନ,-କ୍ରିକେଟରଙ୍କୁ-କଲେ-ନୋଟିସ୍

ମାସକୁ ୪ ଲକ୍ଷ କ’ଣ ଯଥେଷ୍ଠ ନୁହେଁ ? ସାମୀଙ୍କ ପତ୍ନୀ ହସୀନ ଜାହାଁଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କ୍ରିକେଟରଙ୍କୁ କଲେ ନୋଟିସ୍

Published By: Avinash – Prameya-News7 Bureau | November 07, 2025 04:56 PM

NEWS7

Isn't Rs 4 lakh a month a lot, Supreme Court asks Shami's wife
indiatoday

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ଶାମୀଙ୍କ ପତ୍ନୀ ହସୀନ ଜାହାଁ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶାମୀଙ୍କ ଠାରୁ ତାଙ୍କୁ ମିଳୁଥିବା ମାସିକ ଭରଣପୋଷଣ ଆହୁରି ବଢ଼ାଇବାକୁ ସେ କୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ କୋର୍ଟ ମହମ୍ମଦ ଶାମୀଙ୍କ ସହିତ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ କରିଛନ୍ତି।
ପ୍ରକୃତରେ କୋଲକାତା ହାଇ କୋର୍ଟ ଭରଣପୋଷଣ ବାବଦକୁ  ହସୀନ ଜାହାଁଙ୍କ ପାଇଁ ଦେଢ଼ ଲକ୍ଷ ଓ ତାଙ୍କ ଝିଅ ପାଇଁ ଅଢ଼େଇ ଲକ୍ଷ ଟଙ୍କା ସ୍ଥିର କରିଥିଲେ। ସେହି ଅନୁସାରେ ହସୀନ ଜାହାଁ ପୂର୍ବତନ ସ୍ୱାମୀଙ୍କ ମହମ୍ମଦ ସାମୀଙ୍କ ଠାରୁ ମାସିକ ମୋଟ ୪ ଲକ୍ଷ ଟଙ୍କା ପାଉଥିଲେ। ହେଲେ ଶାମୀଙ୍କ ଆୟ ଓ ଜୀବନ ଶୈଳୀ ଅନୁସାରେ ଏହି ରାଶି ବହୁତ କମ ବୋଲି ଦାବି କରିଥିଲେ ହସୀନା ଜାହା। ଏଥିପାଇଁ ସେ କୋଲକାତା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଭରଣପୋଷଣ ରାଶି ବଢ଼ାଇବାକୁ ଦାବି କରିଛନ୍ତି।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଖଣ୍ଡପୀଠ ଜାହାଁଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ। “ପ୍ରତିମାସ ୪ ଲକ୍ଷ ଟଙ୍କା କ’ଣ ବହୁତ ନୁହେଁ? ବୋଲି କହିଥିଲେ। ତଥାପି ଖଣ୍ଡପୀଠ ନୋଟିସ୍ କରି ୪ ସପ୍ତାହ ମଧ୍ୟରେ ଶାମି ଏବଂ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବରରେ ହେବ।
କୋର୍ଟଙ୍କ ରାୟ ପରେ ଜାହାଁଙ୍କ ଓକିଲ ତର୍କ ରଖିଥିଲେ ଯେ ଭାରତୀୟ କ୍ରିକେଟରଙ୍କ ଆୟ ଏବଂ ସମ୍ପତ୍ତି ବର୍ତ୍ତମାନର ଭରଣପୋଷଣ ରାଶି ଠାରୁ ବହୁତ ଅଧିକ। “ସାମୀ ପ୍ରଚୁର ଟଙ୍କା ରୋଜଗାର କରନ୍ତି। ସତ୍ୟପାଠ ଦେଖନ୍ତୁ – ତାଙ୍କର ଶହ ଶହ କୋଟି ଟଙ୍କାର ସମ୍ପତ୍ତି, ବିଳାସପୂର୍ଣ୍ଣ କାର ଅଛି, ସେ ବାରମ୍ବାର ବିଦେଶ ଯାତ୍ରା କରନ୍ତି ଏବଂ ଏକ ଅସାଧାରଣ ଜୀବନଶୈଳୀ ବିତାନ୍ତି।” ତାଙ୍କ ଓକିଲ କୋର୍ଟରେ ତଥ୍ୟ ଦାଖଲ କରିଥିଲେ।
ଆବେଦନରେ ଆହୁରି ଅଭିଯୋଗ କରାଯାଇଛି ଯେ ପରିବାର କୋର୍ଟ ଏବଂ କଲିକତା ହାଇକୋର୍ଟ ଉଭୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଶାମି କିଛି ମାସ ଧରି ଟଙ୍କା ଦେଇ ନାହାଁନ୍ତି। ତେବେ ଜାହାଁ ନିଜେ ତାଙ୍କ ସ୍ୱାମୀଙ୍କ ଆୟ ଉପରେ ବ୍ୟକ୍ତିଗତ ଅଧିକାର ଦାବି କରି ନାହାଁନ୍ତି, କିନ୍ତୁ ସେମାନଙ୍କ ଝିଅ ତାଙ୍କ ପିତାଙ୍କ ପରି ଜୀବନଯାପନ କରିବା ପାଇଁ ହକଦାର ବୋଲି ସେ ଦର୍ଶାଇଛନ୍ତି। ଯେଉଁଥିରେ ସେ କହିଛନ୍ତି “ଝିଅର ସମାନ ସ୍କୁଲରେ ପାଠପଢ଼ିବା, ତାଙ୍କ ସହକର୍ମୀଙ୍କ ପିଲାମାନଙ୍କ ସହିତ ଯୋଗାଯୋଗ କରିବା ଏବଂ ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି।”
୨୦୧୮ ମସିହା ଠାରୁ ଦୁଇ ଜଣଙ୍କର ଛାଡ଼ପତ୍ର ସହି ଆଇନଗତ ସଂଘର୍ଷ ଜାରି ରହିଛି। ଜାହାଁ ସାମୀଙ୍କ ଉପରେ ଘରୋଇ ନିର୍ଯାତନା, ଯୌତୁକ ନିର୍ଯାତନା ଏବଂ ଆର୍ଥିକ ବିବାଦର ଅଭିଯୋଗ ଲଗାଇବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।
ଏବେ ନୋଟିସ୍ ପାଇବା ପରେ ଏହି ମାମାଲାରେ ଉଭୟ ପଶ୍ଚିମବଙ୍ଗ ସରକାର ଓ ମହମ୍ମଦ ଶାମୀ ଉଭୟଙ୍କୁ ଚାରି ସପ୍ତାହ ମଧ୍ୟରେ ସେମାନଙ୍କର ଜବାବ ଦାଖଲ କରିବାକୁ ପଡିବ। ଏହା ପରେ ସୁପ୍ରିମକୋର୍ଟ ଡିସେମ୍ବରରେ ମାମଲାର ଶୁଣାଣି ପୁଣି ଆରମ୍ଭ କରିବେ।

Scroll to Top