ମାଓ ଅଧ୍ୟୁଷିତ ଅଞ୍ଚଳରେ ପୋଷ୍ଟର ଲଗାଇଲା ପୋଲିସ, ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ

ମାଓ-ଅଧ୍ୟୁଷିତ-ଅଞ୍ଚଳରେ-ପୋଷ୍ଟର-ଲଗାଇଲା-ପୋଲିସ,-ହିଂସା-ଛାଡି-ମୁଖ୍ୟ-ସ୍ରୋତରେ-ସାମିଲ-ହେବାକୁ-ମାଓବାଦୀଙ୍କୁ-ଆହ୍ବାନ

ବାଲିଗୁଡା ୧୦: ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ପୋଲିସର ଆହ୍ବାନ । ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପୋଷ୍ଟର ଲଗାଇଲା ପୋଲିସ । ବାଲିଗୁଡ଼ା-କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ଗାଁରେ ଲାଗିଲା ପୋଲିସର ପୋଷ୍ଟର । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛି ପୋଲିସ ପ୍ରଶାସନ ।

ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ମାଓ ଅଧ୍ୟୁଷିତ ଗଙ୍ଗେରୀ, ଟେକଲାମିଲା, ସିର୍ଲା, ପାଙ୍ଗୁରମିଲା, ବାରଖମା, ରେବିଙ୍ଗିଆ, କୋଟଗଡ଼, ଓରା, ସୁବର୍ଣ୍ଣଗିରୀ, ତୁମୁଡ଼ିବନ୍ଧ, ବେଲଘର, ଗୁମା, ଶ୍ରୀରାମ ପୁର, ଉଦୟଗିରୀ, ଦାରିଙ୍ଗବାଡି ଆଦି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ପୋଲିସର ଯୋଗାଯୋଗ ନମ୍ବର ରହିଛି । ପୋଷ୍ଟରରେ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ କରାଯାଇଥିବା ନେଇ ଉଲ୍ଲେଖ ରହିଛି l

Scroll to Top