ମାଓବାଦୀଙ୍କୁ ଡିଜିପିଙ୍କ ଆହ୍ୱାନ୍ ; ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୁଅ, ନହେଲେ ପୋଲିସ ଗୁଳିରେ ନିହତ ହେବ
Published By: Kirti – Prameya-News7 Bureau | February 27, 2026 12:40 PM
NEWS7
ଭୁବନେଶ୍ବର ୨୭।୦୨ : ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରୁ ନିପାତ ହେବ ମାଓବାଦୀ । କନ୍ଧମାଳରେ ସକ୍ରିୟ ମାଓବାଦୀ ସୁକ୍ରୁକୁ ଠାବ କରିବାକୁ ଏବେ ବି ସେହି ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ । ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆ ଏହି ସୂଚନା ଦେଇଛନ୍ତି ।
ଏ ଖବର ବି ପଢନ୍ତୁ:- ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍, ଏହି ତାରିଖରେ ବାହାରିବ ରେଜଲ୍ଟ
ସେହିପରି ମାଓବାଦୀମାନଙ୍କୁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି । ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ । ନହେଲେ ପୋଲିସ ଗୁଳିରେ ନିହତ ହେବେ । ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରୁ ନକ୍ସଲ ନିପାତ କରାଯିବ । ଏବଂ ଓଡ଼ିଶାକୁ ମାଓ ମୁକ୍ତ ମଧ୍ୟ କରାଯିବ । ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସର ବିଭିନ୍ନ ଓ୍ୱିଙ୍ଗ ସାମିଲ ରହିଛି । ଚଳିତ ମାସରେ ଅପରେସନକୁ ଆହୁରି ଜୋରଦାର କରାଯିବ ।
ଏ ଖବର ବି ପଢନ୍ତୁ:- ଫସିଗଲେ ଅସୀମ୍ ମୁନିର୍, ତିନି ଆଡ଼ୁ ଘେରିଗଲେ ଭାରତ-ଆଫଗାନିସ୍ତାନ-ବାଲୋଚ୍ ଆର୍ମୀ




