ମହିଳା ବ୍ରିଗେଡଙ୍କ ବିଜୟର ସୂତ୍ରଧର, ସଫଳତାର ବ୍ୟାକଫୁଟରେ ଥିଲେ ଜୟ ଶାହ

ମହିଳା-ବ୍ରିଗେଡଙ୍କ-ବିଜୟର-ସୂତ୍ରଧର,-ସଫଳତାର-ବ୍ୟାକଫୁଟରେ-ଥିଲେ-ଜୟ-ଶାହ

ମହିଳା ବ୍ରିଗେଡଙ୍କ ବିଜୟର ସୂତ୍ରଧର, ସଫଳତାର ବ୍ୟାକଫୁଟରେ ଥିଲେ ଜୟ ଶାହ

Published By: Chandan – Prameya-News7 Bureau | November 03, 2025 05:05 PM

NEWS7

 Jay Shah

ନୂଆଦିଲ୍ଲୀ: ମହିଳା ବ୍ରିଗେଡଙ୍କ ବିଜୟର ସୂତ୍ରଧର। ଟିମ୍ ଉପରେ ରଖିଥିଲେ ସାହା ଭରସା। ୨୦୧୭ରେ ନିରାଶ,୨୦୨୫ରେ ଟ୍ରଫି।  ବିଜୟ ପାଇଁ ଶ୍ରେୟର ବଡ଼ ହକଦାର ‘ଜୟ’। ଭାରତୀୟ କ୍ରିକେଟର ପ୍ରମୁଖ ୟୁଥ୍ ଲିଡର। ଭାରତୀୟ ମହିଳା କ୍ରିକେଟ ଟିମକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ରହିଛି ତାଙ୍କର ବଡ଼ ହାତ। ଋଣନୀତି ଓ ନେତୃତ୍ୱର ଦକ୍ଷତାକୁ ମିଳିଛି ପ୍ରମାଣ। ଲକ୍ଷ୍ୟ ଥିଲା ପୁରୁଷ ମହିଳା ସମସ୍ତଙ୍କୁ ମିଳୁ ସମାନ ଅଧିକାର। ଭାରତୀୟ ମହିଳା କ୍ରିକେଟକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଅନେକ ଐତିହାସିକ ପଦକ୍ଷେପର ଏହି ଫଳ। ଯାହାଙ୍କ ପାଇଁ ଆଜି ବିଶ୍ୱଦରବାରରେ ଗର୍ବିତ ମହିଳା କ୍ରିକେଟ୍ ଟିମ୍। ତେବେ ସେ ବ୍ୟକ୍ତି ଜଣଙ୍କ କିଏ ଜାଣିଛନ୍ତି… ସେ ଆଉ କେହି ନୁହନ୍ତି ଆଇସିସି ଚେୟାରମ୍ୟାନ ଜୟ ଶାହ।
୫୨ ବର୍ଷର ଅପେକ୍ଷାର ଅନ୍ତ। ଭାରତ ବିଶ୍ୱ ବିଜେତା। ଭାରତୀୟ ନାରୀ ବିଶ୍ୱ ବିଜୟୀ। ମହିଳା ଦିନିକିଆ ବିଶ୍ୱକପ କ୍ରିକେଟରେ ବ୍ଲୁ ଓ୍ୱିମେନ ଟାମ୍ପିଅନ।  ବିଜୟ ପରେ ଟ୍ରଫି ଗ୍ରହଣ ସମୟରେ ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ଅଧିନାୟକ ହରମନପ୍ରୀତ କୌର ICC ଅଧ୍ୟକ୍ଷ ଜୟ ଶାହଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମଞ୍ଚରେ ପହଞ୍ଚିଥିଲେ। ସମ୍ମାନସ୍ୱରୂପ ତାଙ୍କ ପାଦ ଛୁଇଁବାକୁ ଯାଉଥିଲେ । ଠିକ ସେତିକିବେଳେ ତାଙ୍କୁ ଅଟକାଇଥିଲେ ଆଇସିସି ଅଧ୍ୟକ୍ଷ ଜୟ ଶାହ। ଅଧିନାୟକଙ୍କୁ କହିଥିଲେ ଯେ ଏହି ବିଜୟ ଭାରତୀୟ ମହିଳାଙ୍କ କଠିନ ପରିଶ୍ରମର ଫଳ।
ଭାରତୀୟ ମହିଳା କ୍ରିକେଟ ଦଳର ବିଶ୍ୱକପ୍ ବିଜୟକୁ ନେଇ ସାରା ଦେଶ ଗର୍ବିତ। ଏହି ଐତିହାସିକ ସଫଳତା ପଛରେ ରହିଛି ଖେଳାଳିଙ୍କ କଠିନ ପରିଶ୍ରମ ଏବଂ ପ୍ରଶିକ୍ଷକଙ୍କ ରଣନୀତି। କିନ୍ତୁ ସଫଳତାର ବ୍ୟାକଫୁଟରେ ଥିଲେ ପୂର୍ବତନ ବିସିସିଆଇ ସଚିବ ତଥା ଆଇସିସି ଅଧ୍ୟକ୍ଷ ଜୟ ଶାହ। ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭାରତୀୟ ମହିଳା କ୍ରିକେଟକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ ସେ। ମହିଳା କ୍ରିକେଟକୁ ବର୍ଷ ବର୍ଷ ଧରି ଅଭାବ ଥିବା ସମ୍ମାନ ଏବଂ ସମ୍ବଳ କେବଳ ତାଙ୍କରି କାର୍ଯ୍ୟକାଳରେ ସଫଳ ହୋଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ମହିଳା ଖେଳାଳିମାନଙ୍କୁ ପୁରୁଷ କ୍ରିକେଟରଙ୍କ ପରି ସମାନ ମ୍ୟାଚ୍ ଫି ପ୍ରଦାନ କରିବା। ଜୟଙ୍କ ଏହି ନିଷ୍ପତ୍ତି କେବଳ ସମାନତାର ବାର୍ତ୍ତା ଦେଇନଥିଲା ବରଂ ଏହା ମଧ୍ୟ ପ୍ରମାଣ କରିଥିଲା ଯେ ମହିଳା ଖେଳାଳିମାନେ ବର୍ତ୍ତମାନ ଭାରତୀୟ କ୍ରିକେଟରେ ସମାନ ସ୍ଥାନ ପାଇଛନ୍ତି।
ଜୟ ଶାହ ମହିଳା କ୍ରିକେଟ ପାଇଁ ଘରୋଇ ଏବଂ ଅନ୍ତର୍ଜାତୀୟ ଢାଞ୍ଚାକୁ ମଜବୁତ କରିଥିଲେ। ମହିଳା IPL ପରି ଓ୍ୱିମେନ ପ୍ରିମିୟର ଲିଗ୍ ଆରମ୍ଭ କରିଥିଲେ। ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତର ଅଂଶଗ୍ରହଣ, ମହିଳାମାନଙ୍କ ପାଇଁ କ୍ରୀଡା ସୁଯୋଗ ବିସ୍ତାର କରିଥିଲା। ତାଙ୍କରି କାର୍ଯ୍ୟକାଳ ସମୟରେ ବିସିସିଆଇ ଅଧୀନରେ ମହିଳା ଖେଳାଳି ତାଲିମ, ଫିଜିଓଥେରାପି, ଫିଟନେସ୍ ସୁବିଧା ଏବଂ ଟୁର୍ଣ୍ଣାମେଣ୍ଟ ସୂଚୀକୁ ମଧ୍ୟ ଅଧିକ ପ୍ରଫେସନାଲ କରାଯାଇଥିଲା। ଲକ୍ଷ୍ୟ ଥିଲା ମହିଳା ଖେଳାଳିମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବେ। କ୍ରିକେଟ ପରିଚାଳନାରେ ଜୟ ଶାହଙ୍କ ଯାତ୍ରା ୨୦୦୯ରେ ଆରମ୍ଭ ହୋଇଥିଲା। ସେ ଅହମ୍ମଦାବାଦ କେନ୍ଦ୍ରୀୟ କ୍ରିକେଟ ବୋର୍ଡ (CBCA)ରେ ଜିଲ୍ଲା ସ୍ତରରେ କାମ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ଗୁଜରାଟ କ୍ରିକେଟ ଆସୋସିଏସନରେ ଯୋଗ ଦେଇଥିଲେ। ପରେ ଜୟ ଶାହ BCCIର ସଚିବ ଭାବରେ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଦକ୍ଷତା ଏବଂ କଠିନ ପରିଶ୍ରମ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଜୟ  ୩୫ ବର୍ଷ ବୟସରେ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଏହି ପଦବୀରେ ଥିବା ସବୁଠାରୁ କମ୍ ବୟସ୍କ ବ୍ୟକ୍ତି। 
ବିଶ୍ୱ ଚାମ୍ପିଅନ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା କରିଛି ବିସିସିଆଇ। ଭାରତୀୟ ମହିଳା କ୍ରିକେଟ ଦଳକୁ ୫୧ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବ।ଏହା ପ୍ରଥମ ଥର ଯେତେବେଳେ ଭାରତୀୟ ମହିଳା ଦଳ ଏତେ ବଡ଼ ପୁରସ୍କାର ରାଶି ପାଇବ। ଜୟ ଶାହଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ତିନୋଟି କ୍ଷେତ୍ରରେ ପ୍ରଚଣ୍ଡ ପ୍ରଗତି କରିଛି। ଷ୍ଟ୍ରକ୍ଚରାଲ ପାଓ୍ୱାର, ଆର୍ଥିକ ସ୍ଥିରତା ଏବଂ ଆତ୍ମବିଶ୍ୱାସ। କ୍ରୀଡା ବିଶେଷଜ୍ଞ କହିଛନ୍ତି- ଭବିଷ୍ୟତରେ ଭାରତ ମହିଳା କ୍ରିକେଟରେ କେବଳ ବିଶ୍ୱ ଚାମ୍ପିଅନ୍ ରହିବ ନାହିଁ ବରଂ ବିଶ୍ୱ ସ୍ତରରେ ଖେଳର ଏକ ନୂତନ କେନ୍ଦ୍ର ହେବ।

Scroll to Top