ମହିଳା ଦିବସରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍ : ଏ ସରକାରରେ ମାଆ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି, ଶୁଣିବାକୁ କେହି ନାହିଁ
ମହିଳା ଦିବସରେ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟାର୍ଗେଟ୍ । ବିଜେଡି ସରକାର ମାଆ ବିକାଶରେ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ । ହେଲେ ଏବେ ବିଜେପି ସରକାର ସମୟରେ ମାଆ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଶୁଣିବାକୁ କେହି ନାହିଁ ।
Published By: Ruby – Prameya-News7 Bureau | March 08, 2026 01:15 PM
NEWS7
ଭୁବନେଶ୍ବର ୮।୩: ମହିଳା ଦିବସରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଶ୍ୱ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ । ସମାଜ, ଦେଶ, ଓ ବିଶ୍ୱ ମାଆ ବିନା କେହି ନାହିଁ । ପ୍ରିୟ ନେତା ବିଜୁ ବାବୁ ଏହା ଭଲ ଭାବେ ବୁଝିଥିଲେ । ତାଙ୍କ ସମୟରେ ଆରମ୍ଭ କରିଥିଲେ ନାରୀ ସଶକ୍ତିକରଣ । ବିଜୁ ବାବୁ ଦେଶରେ ମହିଳା ସଶକ୍ତିକରଣ ଆରମ୍ଭ କରିଥିଲେ ।
ଏ ଖବର ବି ପଢ଼ନ୍ତୁ:-ସମ୍ବଲପୁରରେ ଖୁବ୍ଶୀଘ୍ର ପ୍ରତିଷ୍ଠା ହେବ ସିଜିଏଚ୍ଏସ୍ ହେଲଥ୍ ୱେଲନେସ୍ ସେଣ୍ଟର
ବିଜେଡି ସରକାର ମାଆ ବିକାଶରେ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ । ହେଲେ ଏବେ ବିଜେପି ସରକାର ସମୟରେ ମାଆ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଶୁଣିବାକୁ କେହି ନାହିଁ । ନେତୃତ୍ୱ ବିଫଳତା । ବିଜେଡି ମହିଳା ସମ୍ମାନ ଓ ସଶକ୍ତିକରଣ ପାଇଁ ଲଢେଇ ଜାରି ରଖିବ । ଆପଣମାନେ ହେଉଛନ୍ତି ବିଜେଡିର ନୀତି ଓ ଆଦର୍ଶ । ମାଆ ମାନଙ୍କୁ ରାଜନୈତିକ ଓ ଅର୍ଥନୈତିକ ସଶକ୍ତିକରଣ ବିଜେଡିର ଲକ୍ଷ୍ୟ ।
ଏ ଖବର ବି ପଢ଼ନ୍ତୁ:- ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, ‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’
ଆଜିର ସୁନ୍ଦର କାର୍ଯ୍ୟକ୍ରମ ପାଇଁ ମହିଳା ବିଜେଡିକୁ ବହୁତ ବହୁତ ଧନ୍ୟବାଦ ବୋଲି ଶେଷରେ ନବୀନ ପଟ୍ଟନାୟକ କହିଥିଲେ ।




