ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା, ବାଦ୍ ପଡ଼ିଲେ ଏହି ବିସ୍ଫୋରକ ବ୍ୟାଟର

ମହିଳା-ଦିନିକିଆ-ବିଶ୍ଵକପ୍-୨୦୨୫-ପାଇଁ-ଭାରତୀୟ-ଦଳ-ଘୋଷଣା,-ବାଦ୍-ପଡ଼ିଲେ-ଏହି-ବିସ୍ଫୋରକ-ବ୍ୟାଟର

ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏଥର ଟୁର୍ଣ୍ଣାମେଣ୍ଟ ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ହେଉଛି। ଆଶା ଅନୁଯାୟୀ, ଦଳର ନେତୃତ୍ଵଭାର ହରମନପ୍ରୀତ କୌରଙ୍କ ହାତରେ ରହିଛି। ଦଳରେ ବିସ୍ଫୋରକ ଓପନର ଶେଫାଳି ବର୍ମାଙ୍କୁ ସ୍ଥାନ ମିଳିନି। ବିଶ୍ଵକପ୍ ଦଳରେ ରେଣୁକା ସିଂହଙ୍କୁ ସ୍ଥାନ ମିଳିଛି। ଉଲ୍ଲେଖନୀୟ ଭାରତ ବିଶ୍ଵ କପରେ ନିଜର ଅଭିଯାନ ସେପ୍ଟେମ୍ବର ୩୦ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ କରିବ।

ଶେଫାଳି ବର୍ମା ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ। ମାତ୍ର ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳିନି। ସେ ଇଂଲଣ୍ଡ ଗସ୍ତରେ ୭ ମାସ ପରେ ଦଳକୁ ଫେରିଥିଲେ। ମାତ୍ର ସିରିଜରେ ବର୍ମା ୫ଟି ଟି-୨୦ ମ୍ୟାଚ୍‌ରେ ୧୭୬ ରନ କରି ପାରିଥିଲେ। ଏହା ବ୍ୟତୀତ ସେ ଇଣ୍ଡିଆ ଏ ଟିମ ସହ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ଏଠାରେ ସେ ତିନୋଟି ଟି-୨୦ ମ୍ୟାଚ୍‌ରେ ୩, ୩ ଏବଂ ୪୧ ରନ କରିଥିଲେ। 

ମହିଳା ଦିନିକିଆ ବିଶ୍ଵକପ୍ ପାଇଁ ଭାରତୀୟ ଦଳ

ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ପ୍ରତିକା ରାଓ୍ଵଲ,  ହରଲୀଲ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ରେଣୁକା ସିଂ ଠାକୁର, ଅରୁନ୍ଧତି ରେଡ୍ଡୀ, ଋଚା ଘୋଷା(ଓ୍ଵିକେଟ୍ କିପର), କ୍ରାନ୍ତି ଗୌଡ଼, ସୟାଲୀ ସତଘରେ, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକ ଭାଟିଆ(ଓ୍ଵିକେଟ୍ କିପର), ସ୍ନେହ ରାଣା। 

ଭାରତର ବିଶ୍ୱକପ୍ କାର୍ଯ୍ୟସୂଚୀ

ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯିବ। ସେପ୍ଟେମ୍ବର ୩୦ରେ ଉଦଘାଟନୀ ମ୍ୟାଚ୍ ଏବଂ ନଭେମ୍ବର ୨ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ, ଯାହା ରାଉଣ୍ଡ-ରବିନ୍ ଫର୍ମାଟରେ ଖେଳାଯିବ।

୩୦ ସେପ୍ଟେମ୍ବର – ଭାରତ ବନାମ ଶ୍ରୀଲଙ୍କା

୫ ଅକ୍ଟୋବର – ଭାରତ ବନାମ ପାକିସ୍ତାନ

୯ ଅକ୍ଟୋବର – ଭାରତ ବନାମ ଦକ୍ଷିଣ ଆଫ୍ରିକା

୧୨ ଅକ୍ଟୋବର – ଭାରତ ବନାମ ଅଷ୍ଟ୍ରେଲିଆ

୧୯ ଅକ୍ଟୋବର – ଭାରତ ବନାମ ଇଂଲଣ୍ଡ

୨୩ ଅକ୍ଟୋବର – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ

୨୬ ଅକ୍ଟୋବର – ଭାରତ ବନାମ ବାଂଲାଦେଶ

Scroll to Top