ମହିଳା ଏବଂ ଶିଶୁ ସୁରକ୍ଷା ନେଇ ବଡ ପଦକ୍ଷେପ : ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର

ମହିଳା-ଏବଂ-ଶିଶୁ-ସୁରକ୍ଷା-ନେଇ-ବଡ-ପଦକ୍ଷେପ-:-ପ୍ରତି-ପଞ୍ଚାୟତରେ-ନିଯୁକ୍ତ-ହେବେ-ପାରା-ଲିଗାଲ-ଭଲ୍ୟୁଣ୍ଟର

ମହିଳା ଏବଂ ଶିଶୁ ସୁରକ୍ଷା ନେଇ ବଡ ପଦକ୍ଷେପ : ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର

Published By : Prameya-News7 Bureau | August 20, 2025 IST

ଭୁବନେଶ୍ବର ୨୦।୮: ମହିଳା ଏବଂ ଶିଶୁ ସୁରକ୍ଷାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କୌଣସି ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ ପାରା ଲିଗାଲ ଭଲ୍ୟୁଣ୍ଟର । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଇନ ବିଭାଗ ବୈଠକ କରିଛି । 

ମଙ୍ଗଳବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି । ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ ସର୍ଭିସ ଅଥରିଟିର ଅଧିକାରୀ ଉପସ୍ଥିତ ଥିଲେ । ଗାଁରେ ରହୁଥିବା ସାଧାରଣ ପରିବାର ଏବଂ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ଅଧିକାର ବାବଦରେ ସାଧାରଣ ମହିଳାଙ୍କୁ ସଚେତନତା କରିବେ ସରକାର । ଏହି କାମରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । କୌଣସି ମହିଳା ଅସୁବିଧାର ସମ୍ମୁଖୀନ, ନିର୍ଯାତନା କିମ୍ବା ଘରୋଇ ହିଂସାର ଶିକାର ହେଲେ ପ୍ରାରମ୍ଭିକ ଭାବେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ଜଣାଇବେ । ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ତାଙ୍କୁ ସାହାଯ୍ୟ କରିବେ । ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ଏସସିଏସଟି ବିଭାଗକୁ ଯୋଡ଼ାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read:

ମେଟ୍ରୋ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର କମିଟି ଗଠିତ, ବିଭିନ୍ନ ସ୍ଥାନକୁ ଯାଇ କରିବ ସର୍ଭେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top