ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗସ୍ତକୁ ଦୃଷ୍ଟିରେ ରଖି ମଙ୍ଗଳବାର ବସିବ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ

ମହାପ୍ରଭୁଙ୍କୁ-ଦର୍ଶନ-କରିବେ-ରାଷ୍ଟ୍ରପତି-ଦ୍ରୌପଦୀ-ମୁର୍ମୁ,-ଗସ୍ତକୁ-ଦୃଷ୍ଟିରେ-ରଖି-ମଙ୍ଗଳବାର-ବସିବ-ଛତିଶା-ନିଯୋଗର-ଗୁରୁତ୍ବପୂର୍ଣ୍ଣ-ବୈଠକ

ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗସ୍ତକୁ ଦୃଷ୍ଟିରେ ରଖି ମଙ୍ଗଳବାର ବସିବ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ

Published By: Ruby – Prameya-News7 Bureau | January 27, 2026 11:42 AM

NEWS7

President

ପୁରୀ ୨୭।୧: ଆସନ୍ତା ୩ ତାରିଖ ଅର୍ଥାତ୍ ମଙ୍ଗଳବାର ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମଙ୍ଗଳବାର ବସିବ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ଆଲୋଚନା ହେବ । ଅପରାହ୍ନ ୪ଟା ୩୦ରେ ବସିବ ବୈଠକ । ବୈଠକରେ ଜିଲ୍ଲାପାଳ, ଏସ୍ପି, ଛତିଶା ନିଯୋଗ ସେବାୟତ ପ୍ରତିନିଧିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

Scroll to Top