ପୁରୀ ୨୩।୧୦: ପୁଣି ମହାପ୍ରଭୁଙ୍କୁ ଅପମାନ । ଶାଢ଼ି ଓ ବ୍ଲାଉଜରେ ତିନି ଠାକୁରଙ୍କ ଚିତ୍ର ଦେଖିବାକୁ ମିଳିଛି । ଶାଢ଼ି ଓ ବ୍ଲାଉଜରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ଥିବା ଦେଖିବାକୁ ମିଳିଛି । ଜଣେ ମହିଳା ଏହାକୁ ପରିଧାନ କରି ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଛନ୍ତି । ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ ନାମକ ଏକ ଆଇଡିରେ ଏହା ଅପଲୋଡ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋ ଚିତ୍ରକୁ ଜଣେ ମହିଳା ଶାଢ଼ିରେ ପରିଧାନ କରିବା ନେଇ ବିଜ୍ଞାପନ ରହିଛି । ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଏହାକୁ ହଟାଇବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ଆଇନଜୀବୀ ।
ମହାପ୍ରଭୁଙ୍କୁ ଅପମାନ : ଶାଢ଼ିରେ ତିନି ଠାକୁରଙ୍କ ଚିତ୍ର ଥିବା ଫଟୋ ଭାଇରାଲ୍




