ମହାକାଶରେ ପ୍ରଥମ ‘ତନ୍ଦୁରୀ’ ଧମାକା ! ଜିରୋ ଗ୍ରାଭିଟିରେ ମହାକାଶଚାରୀ ରୋଷେଇ କଲେ ଚିକେ୍ ଓ୍ୱିଙ୍ଗ୍ସ

ମହାକାଶରେ-ପ୍ରଥମ-‘ତନ୍ଦୁରୀ’-ଧମାକା-!-ଜିରୋ-ଗ୍ରାଭିଟିରେ-ମହାକାଶଚାରୀ-ରୋଷେଇ-କଲେ-ଚିକେ୍-ଓ୍ୱିଙ୍ଗ୍ସ

ନୂଆଦିଲ୍ଲୀ ୦୮/୧୧: ଚର୍ଚ୍ଚିତ ଦେଶ ଚୀନ । ଟେକ୍ନୋଲଜି ଯେମିତି, ରୋଗ ବୈଇରାଗ ବି ସେମିତି । ଏମିତି ଦେଶ, ସବୁପ୍ରକାରର ଘଟଣା ଦେଖିବାକୁ ମିଳେ ସେଠିି । ବିଶେଷ କରି ସାଇନ୍ସ, ଟେକ୍ନୋଫାଷ୍ଟରେ କେହି ବି ବିଟ୍ କରିବା ଅସମ୍ଭବ । ଏମିତି କିଛି କାର୍ଯ୍ୟ ଅଛି ଯାହାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାଏ ଡ୍ରାଗନ । ପୁଣିଥରେ ଚୀନ୍‌ ବିଶ୍ୱ ଦରବାରରେ ଚର୍ଚ୍ଚିତ । ମହାକାଶରେ ଏପରି କିଛି ହାସଲ କରିଛି ଯାହା କେହି ଭାବିନଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ବୟାନ କରୁଛି ବହୁତ କିଛି । ଭିଡିଓରେ ଚୀନ୍ ମହାକାଶଚାରୀମାନେ ଏମିତି କରିଛନ୍ତି, ଯାହାକୁ ନେଇ ପ୍ରବଳ ଚର୍ଚ୍ଚା । ଆସନ୍ତୁ ଜାଣିବା ପୁରା ଘଟଣା କଣ । 

ମହାକାଶରେ ଚିକେନ ରେସିପି । ଜିରୋ ଗ୍ରାଭିଟିରେ ରନ୍ଧାହେଲା ଚିକେନ ଓ୍ୱିଙ୍ଗ୍ସ । ମହାକାଶଚାରୀ ଟିଆଙ୍ଗୋଙ୍ଗ ସ୍ପେସ୍ ଷ୍ଟେସନରେ ଚିକେନ୍ ଓ୍ୱିଙ୍ଗ୍ସ ରାନ୍ଧୁଥିବାର ଦେଖିବାକୁ ମିଳିଛି। ତେବେ ଏହା ଶୂନ୍ୟ ମାଧ୍ୟାକର୍ଷଣରେ ପ୍ରଥମ ସଫଳ ‘ସ୍ପେସ୍ ବାର୍ବିକ୍ୟୁ’ । ଯାହାକୁ ନେଇ ସାରା ବିଶ୍ୱରେ ଆଲୋଚନା । ଏପରି ହେବାର ଅର୍ଥ ହେଉଛି ମହାକାଶଚାରୀଙ୍କୁ ଆଉ ପୁରୁଣା, ଫ୍ରାଏଡଯୁକ୍ତ, ଫ୍ରୋଜେନ୍ କିମ୍ବା ଶୁଖିଲା ଖାଦ୍ୟ ଖାଇବାକୁ ପଡ଼ିବ ନାହିଁ । ଶେଞ୍ଜୋ-୨୧ ମିଶନର ଅଂଶ ଭାବରେ, ସ୍ପେସ୍ ଷ୍ଟେସନ୍ ଏକ ସ୍ୱତନ୍ତ୍ର ଚୁଲି ପାଇଛି । ଯାହା ଦ୍ୱାରା ମହାକାଶଚାରୀ ସହଜରେ ଚିକେନ୍ ଓ୍ୱିଙ୍ଗ୍ସ, ଷ୍ଟେକ୍ ଏବଂ ସତେଜ ବେକ୍ ହୋଇଥିବା ଖାଦ୍ୟ ଉପଭୋଗ କରିଛନ୍ତି । 

1/2
The Shenzhou-21 crew just pulled off the ultimate space upgrade – they’ve brought a hot air oven to 🇨🇳’s Tiangong Space Station🥳 Now our taikonauts are munching on sizzling, aromatic grilled chicken wings and juicy steaks, pic.twitter.com/L9GaIlsYUy https://t.co/YwRVeeQrBb

— momo看世界 (@momoworldview) November 3, 2025

ଭାଇରାଲ୍ ଭିଡିଓରେ, ମହାକାଶଚାରୀମାନେ ଓଭନରୁ ଗୋଲଡେନ୍ ରଙ୍ଗର ଚିକେନ୍ ଓ୍ୱିଙ୍ଗ୍ସ ବାହାର ତାକୁ ଖୁସି ଜାହିର କରୁଛନ୍ତି । ଯାହା ପ୍ରଦର୍ଶନ କରୁଛି ଯେ ମହାକାଶ ପ୍ରଯୁକ୍ତିବିଦ୍ୟା କେତେ ଦୂର ଆଗେଇ ଆସିଛି। ଏହା କୌଣସି ସାଧାରଣ ଓଭନ ନୁହେଁ; ଏହାକୁ ଶୂନ୍ୟ ମାଧ୍ୟାକର୍ଷଣର ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଚୀନ୍ ମହାକାଶଚାରୀ ଗବେଷଣା ଓ ତାଲିମ କେନ୍ଦ୍ରର ଗବେଷକ ଝୁଆନ୍ ୟୋଙ୍ଗଙ୍କ ଅନୁଯାୟୀ, ଏହା ଏପରି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରେ ଯାହା ଧୂଆଁ ଉତ୍ପନ୍ନ କରେ ନାହିଁ। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ଜଳିବା ରୋକିବା ପାଇଁ ମହାକାଶଚାରୀମାନେ ସ୍ପର୍ଶ କରୁଥିବା ପୃଷ୍ଠଗୁଡ଼ିକ ମଧ୍ୟ ଥଣ୍ଡା ରହିଥାଏ।
 

Scroll to Top