ୱାଶିଂଟନ – ନାସା ଓ ଇସ୍ରୋର ମିଳିତ ସାଟେଲାଇଟ୍ ମିଶନ ‘ ନିସାର’ ପୃଥିବୀ ପୃଷ୍ଠର ପ୍ରଥମ ଫଟୋ ପଠାଇଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଯେ , ନିସାରର ରାଡାର ପୃଥିବୀର ଭିନ୍ନ ଭିନ୍ନ ପୃଷ୍ଠକୁ ଚିହ୍ନଟ କରୁଛି। ନାସା ଏହି ଫଟୋ ଜାରି କରିଛି। ଏହାସହ କହିଛି ଯେ , ଏହା ଏକ ଝଲକ ,ଯେଉଁଥିରୁ ଜଣାପଡ଼େ ଯେ, ଯେତେବେଳେ ନଭେମ୍ୱରରେ ଏହା ଆରମ୍ଭ ହେବ ତ କଣ ହେବ। ନିସାର ଦ୍ୱାରା ପଠାଯାଇ ଥିବା ଫଟୋରେ ମେନେର ତଟ ଓ ଡକୋଟା ଫାର୍ମଲ୍ୟାଣ୍ଡ ଦେଖା ଯାଇଛି। ନାସା ଏକ ବୟାନରେ କହିଛି ଯେ, ଯେତେ ଡିଟେଲରେ ଏହି ଫଟୋ ମିଳିଛି , ତାହା ଭବିଷ୍ୟତ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହେବ। ବିଶେଷକରି ବିପର୍ଯ୍ୟୟ ନିୟନ୍ତ୍ରଣ, ଇନଫ୍ରାଷ୍ଟ୍ରକଚରର ମନିଟରିଂ ଓ କୃଷି ପ୍ରବନ୍ଧନରେ ଖୁବ୍ ସାହାଯ୍ୟ କରିବ। ଏଥିରେ ଏମିତି ସୂଚନା ହାସଲ ହେବ , ଯାହାର ଆଧାରରେ ଜରୁରୀ ଆକ୍ସନ ନିଆଯାଇ ପାରେ।
ନିସାର ସାଟେଲାଇଟ୍କୁ ୩୦ ଜୁଲାଇ ଦିନ ଜିଏସଏଲଭି-ଏଫ୍୧୬ ରକେଟ୍ ମାଧ୍ୟମରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇ ଥିଲା। ଏହା ପୃଥିବୀର ପୃଷ୍ଠ ଓ ବରଫ ପୃଷ୍ଠରେ ପରିବର୍ତ୍ତନର ଅଧ୍ୟୟନ କରିଥାଏ। ଏହା ନାସା ଓ ଇସ୍ରୋର ମିଳିତ ମିଶନ ଏବଂ ଏଥିରେ ପାଖାପାଖି ୧.୩ ବିଲିୟନ ଡଲାରର ଖର୍ଚ୍ଚ ହୋଇଛି। ୭୪୭ କିଲୋମିଟରର ଉଚ୍ଚତାରେ ଧ୍ରୁବୀୟ କକ୍ଷ ପଥରେ ଉଡ଼ୁଥିବା ଏହି ଉପଗ୍ରହ , ଭୂପୃଷ୍ଠ ଓ ବରଫରେ ହେବାକୁ ଥିବା ସାଧାରଣ ପରିବର୍ତ୍ତନକୁ ମଧ୍ୟ ଟ୍ରାକ୍ କରି , ବନ୍ୟା , ଭୂସ୍ଖଳନ , ଆଗ୍ନେୟ ଉଦଗୀରଣ ଓ ଅନ୍ୟାନ୍ୟ ବିପର୍ଯ୍ୟୟରୁ ବର୍ତ୍ତିବାରେ ପୂର୍ବାନୁମାନକାରୀଙ୍କୁ ବଡ଼ ସାହାଯ୍ୟ ପ୍ରଦାନ କରିବ।
Fresh views from space 🌍
NISAR has released preliminary radar images that show its ability to distinguish between different land cover. Launched in July, the NASA-ISRO satellite tracks changes big and small on Earth’s land and ice surfaces. https://t.co/2EiWDt7S6Y pic.twitter.com/7XmersYG7J
— NASA JPL (@NASAJPL) September 25, 2025
ନାସାର କାର୍ଯ୍ୟକାରୀ ପ୍ରଶାସକ ସିନ୍ ଡଫି କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଭାରତର ସହଯୋଗରେ ଲଞ୍ଚ କରାଯାଇ ଥିବ ନିସାରର ପ୍ରଥମ ଫଟୋ ଏହି କଥାର ପ୍ରମାଣ ଯେ,ଯେବେ ଆମେ ଇନୋଭେସନ ଓ ଆବିଷ୍କାରର ଏକ ସମାନ ଦୃଷ୍ଟିକୋଣର ସହ ଏକତ୍ରିତ ହେଲେ କଣ ହାସଲ କରାଯାଇ ପାରିବ। ସେ ଆହୁରି କହିଛନ୍ତି ଯେ, ଏହା ତ କେବଳ ଆରମ୍ଭ। ନାସା ଗୋଲ୍ଡ ଷ୍ଟାଣ୍ଡାର୍ଡ ସାଇନ୍ସ ମାଧ୍ୟମରେ ମହାକାଶରେ ନିଜ ଦେଶର ପ୍ରଭୁତ୍ୱ ବଜାୟ ରଖିବାର ଲକ୍ଷ୍ୟକୁ ପୂରଣ କରିବାକୁ କାମ କରି ଚାଲିବ।
ନିସାରର ଏହି ଫଟୋ ଉପରେ ନାସାର ଭାରତୀୟ ବଂଶୋଦ୍ଭବର ଆସୋସିଏଟ୍ ଆଡମିନିଷ୍ଟ୍ରେଟର ଅମିତ କ୍ଷତ୍ରିୟଙ୍କର ମଧ୍ୟ ବୟାନ ଆସିଛି। ସେ କହିଛନ୍ତି ଯେ, ଏହି ପ୍ରଥମ ଫଟୋ ଏହି କଥାର ଉଦାହରଣ ଯେ, ଦୁନିଆର ବିପରୀତ ଦିଗରେ ଥିବା ଦୁଇଟି ଦେଶ ମଧ୍ୟରେ ସହଭାଗୀତା ଓ ସହଯୋଗ କିପରି ସମସ୍ତଙ୍କ ଲାଭ ପାଇଁ ଏକାଠି ମହାନ କାର୍ଯ୍ୟ ହାସଲ କରି ପାରିବ।




