ମହଙ୍ଗା ପଡ଼ିଲା ମୋବାଇଲ ଚୋରି, ନିସ୍ତୁକ ପିଟିଲେ ଲୋକେ

ମହଙ୍ଗା-ପଡ଼ିଲା-ମୋବାଇଲ-ଚୋରି,-ନିସ୍ତୁକ-ପିଟିଲେ-ଲୋକେ

ମହଙ୍ଗା ପଡ଼ିଲା ମୋବାଇଲ ଚୋରି, ନିସ୍ତୁକ ପିଟିଲେ ଲୋକେ

Published By: Chikun – Prameya-News7 Bureau | November 04, 2025 08:58 PM

NEWS7

Bhadrak

ଭଦ୍ରକ: ମହଙ୍ଗା ପଡ଼ିଲା ମୋବାଇଲ ଚୋରି କରିବା। ଧରାପଡ଼ିବା ପରେ ପ୍ରବଳ ଛେଚିଲେ ସ୍ଥାନୀୟ ଲୋକେ। ପ୍ରାଣ ବିକଳରେ ଦୌଡ଼ି ପଳାଇବାକୁ ଚେଷ୍ଟା କଲେବି ବର୍ତ୍ତିପାରିଲାନି। ଶେଷରେ ପୋଲିସ ଆସି ରକ୍ଷା କଲା ଚୋରକୁ। ମଙ୍ଗଳବାର ଭଦ୍ରକ ଧାମନଗର ଥାନା ଅଧୀନ ଧାମନଗର ଛକ ନିକଟରେ ଘଟିଛି ଏଭଳି ଘଟଣା।

ସୂଚନା ଅନୁସାରେ, ଛକ ନିକଟରେ ଜନୈକ ଯୁବତୀ ବସରୁ ଓହ୍ଲାଇବାବେଳେ ଲୁଟେରା ଜଣକ ମୋବାଇଲ୍ ଛଡ଼ାଇ ନେଇ ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ଯୁବତୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଲୁଟେରାକୁ ଧରିପକାଇଥିଲେ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ଉତ୍ତମ ମଧ୍ୟମ। ଲୋକେ ଲୁଟେରାର ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

Scroll to Top