ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକକୁ ପିଟିଲା ବାଇକ, ଚାଲିଗଲା ଆରୋହୀ ଜୀବନ

ମର୍ମନ୍ତୁଦ-ଦୁର୍ଘଟଣା-:-ଟ୍ରକକୁ-ପିଟିଲା-ବାଇକ,-ଚାଲିଗଲା-ଆରୋହୀ-ଜୀବନ

ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକକୁ ପିଟିଲା ବାଇକ, ଚାଲିଗଲା ଆରୋହୀ ଜୀବନ

Published By: Kirti – Prameya-News7 Bureau | October 29, 2025 09:31 AM

NEWS7

bike

ବଲାଙ୍ଗୀର ୨୯।୧୦ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକକୁ ପଛ ପଟୁ ପିଟିଲା ବାଇକ । ଘଟଣାସ୍ଥଳରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଗାଇଁତଲା ଗିରିଗୋବର୍ଦ୍ଧନ ମନ୍ଦିର ପାଖରେ ଘଟିଛି ଏହି ଦୁର୍ଘଟଣା

ଖବର ଅନୁଯାୟୀ, ମୃତ ବାଇକ ଆାରହୀ ଜଣକ ଭୋଜ ବାରିକ । ସେ ଜଣେ ଶିକ୍ଷକ ଭାବେ କାମ କରୁଥିଲେ । ତରଭା ପଟରୁ ଧୁବାଉଡ଼ାରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।ଶବକୁ ବ୍ୟବଛେଦ ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାସ୍ତା କଡର ଗାଡିମାନଙ୍କ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଏନଏଚ ବିଭାଗ ସହ ପୋଲିସ ବିଭାଗ ଫେଲ ମାରିଥିବା ଲୋକ କହିଛନ୍ତି।

Scroll to Top