ମମତା ବାନାର୍ଜୀଙ୍କ ଘନିଷ୍ଠ ମୁକୁଲ ରୟଙ୍କୁ HCରୁ ଝଟକା, ବିଧାନସଭା ସଦସ୍ୟତା ରଦ୍ଦ

ମମତା-ବାନାର୍ଜୀଙ୍କ-ଘନିଷ୍ଠ-ମୁକୁଲ-ରୟଙ୍କୁ-hcରୁ-ଝଟକା,-ବିଧାନସଭା-ସଦସ୍ୟତା-ରଦ୍ଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ତଥା ତୃଣମୂଳ କଂଗ୍ରେସର ନେତା ମୁକୁଲ ରୟଙ୍କୁ କଲିକତା ହାଇକୋର୍ଟରୁ ଲାଗିଛି ବଡ଼ ଝଟକା। କୋର୍ଟ ଦଳ ଅଦଳ ବଦଳ ଆଇନ ଅନୁସାରେ ମୁକୁଲଙ୍କ ବିଧାନସଭାର ସଦସ୍ୟତା ରଦ୍ଦ କରିଛନ୍ତି। ରୟ ୨୦୨୧ ମେରେ ବିଜେପି ଟିକେଟରେ ବିଧାନସଭାରେ ପହଞ୍ଚିଥିଲେ। ମାତ୍ର ସେହି ବର୍ଷ ଅଗଷ୍ଟରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ପୁଣି ଥରେ ରାଜ୍ୟରେ କ୍ଷମତାସୀନ ଟିଏମସି ଦଳରେ ସାମିଲ୍ ହୋଇଥିଲେ।

ଜଷ୍ଟିସ ଦେବାଂଶୁ ବସାକଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ବିଜେପି ବିଧାୟକ ଅମ୍ବିକା ରୟଙ୍କ ଯାଚିକା ଉପରେ ରାୟ ଦେଇଛନ୍ତି। କୋର୍ଟ ମୁକୁଲଙ୍କ ରୟଙ୍କ ସଦସ୍ୟତା ଅଯୋଗ୍ୟ ଘୋଷିତ କରିଛନ୍ତି। ଶୁଭେନ୍ଦୁ ଅଧିକାରୀ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଦଳ ବଦଳ ବିରୋଧୀ ଆଇନ ଆଧାରରେ ମୁକୁଲ ରୟଙ୍କ ସଦସ୍ୟତାକୁ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ବାଚସ୍ପତି ଶୁଭେନ୍ଦୁଙ୍କ ଅଧିକାରୀ ଆବେଦନକୁ ଅଗ୍ରାହ୍ୟ କରିଥିଲେ। କଲିକତା ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଭାରତର ଇତିହାସରେ ବୋଧହୁଏ ପ୍ରଥମ ଥର ଘଟିଛି।

ମୁକୁଲ ରାୟଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ନାଦିଆ ଜିଲ୍ଲାରେ। ସେ ପୂର୍ବରୁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ମୁକୁଲ ରାୟ କଂଗ୍ରେସ ଦଳ ସହିତ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମେ ସେ ଜଣେ ଯୁବ କଂଗ୍ରେସ ନେତା ଭାବରେ ଜଣାଶୁଣା ଥିଲେ, ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।

Scroll to Top