ମନ୍ଦିରରୁ ଚୋରି କରି ଶୋଇପଡ଼ିଲା ଚୋର, ସକାଳେ ଗିରଫ କଲା ପୋଲିସ୍

ମନ୍ଦିରରୁ-ଚୋରି-କରି-ଶୋଇପଡ଼ିଲା-ଚୋର,-ସକାଳେ-ଗିରଫ-କଲା-ପୋଲିସ୍

ଥିରୁବନନ୍ତପୁରମ: ଚୋରି କରିବାକୁ ପ୍ଲାନ୍ କରିଥିଲା ଚୋର। ରାତିରେ ଆରମ୍ଭ କରିଥିଲା ମିଶନ। ଟାର୍ଗେଟରେ ଥିଲା ମନ୍ଦିର। ହେଲେ ବେଳା ଖରାପ। ଚୋରି ସିନା କଲା, ଚୋରି ପରେ ଶୋଇପଡ଼ିଥିଲା। ଏହି ଘଟଣାଟି ଅମ୍ବରୀ ସ୍ଥିତ କୁଡାପ୍ସନାମୋଡୁର କୁଝୁ ଭଲଭଟ୍ଟମ ଶ୍ରୀ ଭଗବତୀ ମନ୍ଦିରରେ ଘଟିଛି ।

ଜଣେ ବ୍ୟକ୍ତି ଏକ ମନ୍ଦିର କାର୍ଯ୍ୟାଳୟ ଭାଙ୍ଗି ଭିତରେ ପଶିଲା। ୫,୫୦୦ ଟଙ୍କା ଚୋରି କଲା। କିନ୍ତୁ ସେହିଠାରେ ଶୋଇପଡ଼ିଲା I ପର ଦିନ ପୁଲିସ ତାକୁ ଗିରଫ କରିଛି। ମନ୍ଦିର କମିଟି ସଦସ୍ୟ ଯେତେବେଳେ ସକାଳ ୫.୩୦ରେ କାର୍ଯ୍ୟାଳୟରେ ପହଞ୍ଚିଲେ, ଭଙ୍ଗା କବାଟ ଦେଖି ଚକିତ ହେଲେ। ଭିତରେ ଶୋଇଥିବା ଜଣେ ବ୍ୟକ୍ତିକୁ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

କାର୍ଯ୍ୟାଳୟରୁ ସେ ୮,୫୦୦ ଟଙ୍କା ଚୋରି କରିଥିବା ଜଣାପଡ଼ିଲା। ସେମାନେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଭେଲ୍ଲାରାଦା ପୁଲିସ ଚୋରକୁ ଗିରଫ କରି ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ତାମିଲନାଡୁର ସେଥିଲ (୪୦) ଚିହ୍ନଟ କରାଯାଇଛି। ଗତ ଶୁକ୍ରବାର ରାତିରେ ସେ ମନ୍ଦିର କାର୍ଯ୍ୟାଳୟ କବାଟ ଭାଙ୍ଗି ଭିତରେ ପଶିଥିଲା । ଅନେକ ଚୋରି ମାମଲା ତା’ର ସମ୍ପୃକ୍ତି ଥିବା ପୁଲିସ କହିଛି।

ସେପଟେ ଭକ୍ତ ଓ ଗ୍ରାମବାସୀଙ୍କ କହିବା କଥା, ମାଆ ହେଉଛନ୍ତି ଚଳନ୍ତି ଠାକୁରାଣୀ। ଚୋର ସିନା ଚୋରି କରିବାକୁ ଆସିଥିଲା, କିନ୍ତୁ ମାଆଙ୍କ କୋପରୁ ବର୍ତ୍ତିପାରିନଥିବା ସେ କହିଛନ୍ତି।

Scroll to Top