ମନିକା ବିଶ୍ୱକର୍ମା ହେଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫, ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ କରିବେ ପ୍ରତିନିଧିତ୍ୱ

ମନିକା-ବିଶ୍ୱକର୍ମା-ହେଲେ-ମିସ୍-ୟୁନିଭର୍ସ-ଇଣ୍ଡିଆ-୨୦୨୫,-୭୪ତମ-ମିସ୍-ୟୁନିଭର୍ସ-ପ୍ରତିଯୋଗିତାରେ-ଭାରତକୁ-କରିବେ-ପ୍ରତିନିଧିତ୍ୱ

ନୂଆଦିଲ୍ଲୀ : ଦେଶକୁ ମିଳିଛି ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ।  ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ପ୍ରତିଯୋଗିତାରେ ମନିକା ବିଶ୍ୱକର୍ମା ପିନ୍ଧିଛନ୍ତି ବିଜୟ ମୁକୁଟ। ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିବା ପରେ ମନିକାଙ୍କ ଖୁସି କହିଲେ ନ ସରେ। ବିଜୟର ଆନନ୍ଦ ତାଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। 

#WATCH | Jaipur: Miss Universe India, Manika Vishwakarma says, “Rather than struggle, we have a journey of preparation. My journey began in my city, Ganganagar. I came to Delhi and prepared for the pageant. We need to inculcate self-confidence and courage in ourselves. Everyone… https://t.co/J79dPyeANk pic.twitter.com/IyE3MJzgM0

— ANI (@ANI) August 18, 2025

ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା ମନିକା ବିଶ୍ୱକର୍ମା । ଏବେ ସେ  ଦିଲ୍ଲୀରେ ମଡେଲିଂ କରୁଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ ହେବା ପରେ ସେ ଏବେ ଏକ ଲମ୍ବା ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ମନିକା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିବା ପୂର୍ବରୁ ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ରାଜସ୍ଥାନ ୨୦୨୪ର ମୁକୁଟ ପିନ୍ଧିଥିଲେ । ଏହା ପରେ, ସେ ଦିଲ୍ଲୀରେ ମଡେଲିଂରେ ଏଣ୍ଟ୍ରି କରିଥିଲେ । ବଡ଼ କଥା ହେଉଛି ମନିକାଙ୍କୁ ଏହି ବିଜୟ ଖୁସି ଦେବା ସହ ତାଙ୍କ ଦାୟିତ୍ୱ କୁ ବଢ଼ାଇ ଦେଇଛି । ସେ ଚଳିତ ବର୍ଷ ଶେଷସୁଦ୍ଧା ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୧୩୦ଟି ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରିବେ ।

#WATCH | Jaipur, Rajasthan: Manika Vishwakarma gets crowned as Miss Universe India 2025. She will represent India at the 74th Miss Universe pageant in Thailand later this year. pic.twitter.com/8EqmzFP2Of

— ANI (@ANI) August 18, 2025

ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ମନିକା କହିଛନ୍ତି,”ସଂଘର୍ଷ ଅପେକ୍ଷା ପ୍ରସ୍ତୁତିର ଏକ ଯାତ୍ରା ରହିଥାଏ । ଯାହା ଖୁବ୍ ଗୁରୁତ୍ୱ ବହନ କରେ। ଗଙ୍ଗାନଗରରୁ ଦିଲ୍ଲୀ ଆସି ପ୍ରସ୍ତୁତି ଆରମ୍ଭ କରିଥିଲି । ମୁଖ୍ୟ କଥା ହେଲା ଆତ୍ମବିଶ୍ୱାସ ଏବଂ ଉତ୍ସାହ ଆମକୁ ଆଗକୁ ନେଇଥାଏ ।  ମୋ ସଫଳତାରେ ମୁଁ ସମସ୍ତଙ୍କୁ  ଧନ୍ୟବାଦ ଜଣାଉଛି।  ସୁନ୍ଦୀର ପ୍ରତିଯୋଗିତା କେବଳ ଏକ ଫିଲ୍ଡ ନୁହେଁ ଏହା ଏକ ଦୁନିଆ ଯାହା ଲୋକଙ୍କୁ ଗଢେ । ଏ ଯାତ୍ରା ମୋ ପାଇଁ ବହୁତ ସ୍ପେଶାଲ ଥିଲା । ଏବେ ମୋର ଲକ୍ଷ୍ୟ ହେଉଛି ମୋର ସର୍ବୋତ୍ତମ କ୍ଷମତା ସହିତ ଭାରତକୁ ପ୍ରତିନିଧିତ୍ୱ କରିବା ଏବଂ ମିସ୍ ୟୁନିଭର୍ସ ମୁକୁଟ ଘରକୁ ଆଣିବା…’ ”

ଏ ସଫଳତା ପରେ ମନିକାଙ୍କୁ ଅଭିନେତ୍ରୀ ତଥା ଜୁରି ମେମ୍ବର ଥିବା ଉର୍ବସୀ ରୌତେଲା ଶୁଭେଚ୍ଛା ଜଣାଇବା ସହ ଆଗାମୀ ଯାତ୍ରା ପାଇଁ ଉତ୍ସାହିତ କରିଛନ୍ତି। 

Scroll to Top