ମଧ୍ୟପ୍ରାଚ୍ୟ ସଂକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, ଏହିସବୁ ପ୍ରସଙ୍ଗରେ ହେଲା ଚର୍ଚ୍ଚା

ମଧ୍ୟପ୍ରାଚ୍ୟ-ସଂକଟରେ-ପ୍ରଧାନମନ୍ତ୍ରୀ-ମୋଦିଙ୍କ-ଉଚ୍ଚସ୍ତରୀୟ-ବୈଠକ,-ଏହିସବୁ-ପ୍ରସଙ୍ଗରେ-ହେଲା-ଚର୍ଚ୍ଚା

ନୂଆଦିଲ୍ଲୀ ୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଯୋଗଦେଇଛନ୍ତି, ଯେଉଁଥିରେ ମଧ୍ୟପ୍ରାଚ୍ୟରେ ଉପୁଜିଥିବା ପରିସ୍ଥିତିକୁ ନଜରରେ ରଖି ପେଟ୍ରୋଲିୟମ, ଅଶୋଧିତ ତୈଳ, ଗ୍ୟାସ୍, ବିଦ୍ୟୁତ ଓ ସାର ସମ୍ପର୍କିତ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଇରାନ ଯୁଦ୍ଧ ମଧ୍ୟରେ ଦେଶରେ ତୈଳ,ଗ୍ୟାସ୍, ସାର ଓ ବିଦ୍ୟୁତ ସମେତ ସବୁ ଜରୁରି ସାମଗ୍ରୀ ଯୋଗାଣ ଯେପରି ନିର୍ବାଧ ରହେ।

ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରସାୟନ, ସାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଶ୍ରମ ଏବଂ ରୋଜଗାରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ସମେତ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଭାଗ ନେଇଛନ୍ତି। ମଧ୍ୟପ୍ରାଚ୍ୟ ସଂକଟ ମଧ୍ୟରେ ସରକାର ତୈଳ, ଗ୍ୟାସ୍ ଓ ସାର ର ଯୋଗାଣ ନିର୍ବାଧ ରଖିବା ପାଇଁ ସରକାର ପ୍ରଥମରୁ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି।

ମାର୍ଚ୍ଚ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଶ୍ୱରେ ଶକ୍ତି ସଂକଟକୁ ଜନ୍ମ ଦେଇଛି। ସେ କହିଥିଲେ ଯେ ଏହା ଦେଶରେ ଲୋକଙ୍କ ଧୈର୍ଯ୍ୟର ଏକ ପରୀକ୍ଷା। ଏଣୁ ଏହି ଆହ୍ୱାନକୁ ଶାନ୍ତି, ଧୈର୍ଯ୍ୟ ଓ ଜନସଚେତନତା ଦ୍ୱାରା ମୁକାବିଲା କରାଯିବ। ପ୍ରଧାନମନ୍ତ୍ରୀ ମୋଦି ଏହା ବି କହିଛନ୍ତି ଯେ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଉପୁଜିଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ତାଙ୍କ ସରକାର ଲଗାତାର କାମ କରୁଛି। ୨୮ ଫେବୃଆରୀରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଆମେରିକା ଓ ଇସ୍ରାଏଲ ଇରାନକୁ ଆକ୍ରମଣ କରିବା ପରିସ୍ଥିତିକୁ ବିଗାଡି ଦେଇଛି।

ଜବାବରେ ଇସ୍ରାଏଲ ଓ ଗଲ୍ଫ ଦେଶଙ୍କ ଉପରେ ଇରାନ ଆକ୍ରମଣ କରୁଛି। ଇରାନ ନିୟନ୍ତ୍ରଣରେ ଥିବା ଷ୍ଟ୍ରେଟ୍ ଅଫ ହୋର୍ମୁଜ ଦେଇ ଯୁଦ୍ଧ ପରଠାରୁ ଜାହାଜ ଜାତାୟାତ ସୀମିତ ହୋଇଯାଇଛି। ଏହାର ପ୍ରଭାବ ଭାରତ ସମେତ ବିଭିନ୍ନ ଦେଶଙ୍କ ଶକ୍ତି ଯୋଗାଣ ଉପରେ ପଡିଛି। ପରିସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସାଉଦୀ ଆରବ, ୟୁଏଇ, କତାର, ବାହାରୀ,କ୍ୱେତ୍, ଜୋର୍ଡାନ, ଫ୍ରାନ୍ସ, ମାଲେସିୟା, ଇସ୍ରାଏଲ ଓ ଇରାନ ନେତାଙ୍କ ସହ ଆଲୋଚନା କରିଛନ୍ତି।

Scroll to Top