ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ, ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ସସ୍ପେଣ୍ଡ
ପୁଣି ବିଜେଡିର ବଡ଼ ଆକ୍ସନ । ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଲମ୍ବିତ ହୋଇଛନ୍ତି ।
Published By: Ruby – Prameya-News7 Bureau | April 06, 2026 07:56 PM
NEWS7
ଭୁବନେଶ୍ବର ୬।୪: ବିଜେଡିର ପୁଣି ବଡ଼ ଆକ୍ସନ । ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ । ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିରୁ ସସ୍ପେଣ୍ଡ ହୋଇଛନ୍ତି । ସେହିଭଳି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦଳରୁ ନିଲମ୍ବିତ ହୋଇଛନ୍ତି । ଉଭୟ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିବା ଜଣାପଡିଛି ।
Also Read:- Sundarpada Blast: ସନ୍ଦେହ ବଢ଼ାଇଲା RDXର ବ୍ୟବହାର, ଅପରାଧିକ ଲିଙ୍କ୍ ଆଉ ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA
ନିଲମ୍ବିତ ପରେ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, କାହିଁକି ସସ୍ପେଣ୍ଡ କରାଗଲା ମୁଁ ଜାଣିନି । ମୁଁ କୌଣସି ପ୍ରକାର ଦଳବିରୋଧୀ କାର୍ଯ୍ୟ କରିନାହିଁ । ସରପଞ୍ଚରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ । କେହି ଅସହିଷ୍ଣୁ ବ୍ୟକ୍ତିବିଶେଷ କିଛି ରିପୋର୍ଟ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି ।




