ମଞ୍ଚରୁ ଓହ୍ଲାଇବା ବେଳେ ଅଚେତ ହୋଇଗଲେ ୧୦ମହିଳା କଳାକାର, ଗୁଣି ଗାରେଡି ସନ୍ଦେହରେ ଝଡ଼ାଫୁଙ୍କା ପରେ ମେଡିକାଲରେ ଭର୍ତ୍ତି

ମଞ୍ଚରୁ-ଓହ୍ଲାଇବା-ବେଳେ-ଅଚେତ-ହୋଇଗଲେ-୧୦ମହିଳା-କଳାକାର,-ଗୁଣି-ଗାରେଡି-ସନ୍ଦେହରେ-ଝଡ଼ାଫୁଙ୍କା-ପରେ-ମେଡିକାଲରେ-ଭର୍ତ୍ତି

ବଲାଙ୍ଗିର ୧୮।୯: ନାଟକରେ ଅଭିନୟ କରିବାକୁ ଯାଇଥିଲେ । ମଞ୍ଚରୁ ଓହ୍ଲାଇ ଅସୁସ୍ଥ ହୋଇଗଲେ । ଏକାସଙ୍ଗେ ୧୦ ମହିଳା କଳାକାର ଅଚେତ୍ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଉପରଝର ଗାଁରେ ଘଟିଛି ଏଭଳି ଘଟଣା । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖଇରଭାଡ଼ି ଗାଁରୁ ନାଟକ ସାରି ଫେରିବା ପରେ ଅସୁସ୍ଥ ହୋଇଛନ୍ତି କଳାକାର । ଗାଁରେ ଝଡ଼ାଫୁଙ୍ଖା କରିବା ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଉପରଝର ଗାଁର ତଳିପଡ଼ାରେ ଥିବା ମହିଳା ରାମଲୀଳା ନାଟକ ପାର୍ଟି ବୁଧବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲାର ଗାଁରେ ନାଟକ ପରିବେଷଣ କରୁଥିଲେ । ଏହି ସମୟରେ ହଠାତ ରାମାୟଣର ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ସଜ୍ଜିତ ହୋଇଥିବା ଝିଅ ମାନେ ଅସୁସ୍ଥ ଅନୁଭବ କରିଥିଲେମଞ୍ଚ ତଳକୁ ଓହ୍ଲାଇବା ବେଳେ ତଳେ ଅଚେତ ହୋଇ ଡ଼ିଯାଇଥିଲେ । ନାଟକକୁ ବନ୍ଦ କରି ଗାଁକୁ ଳାଇ ଆସିଥିଲେ କଳାକାର । ହେଲେ ଗାଁରେ ମଧ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ଫଳରେ ଗୁରୁବାର ସକାଳୁ ଗୁଣି ଗାରେଡ଼ି ହୋଇଥିବା ସନ୍ଦେହ କରି ଝଡାଫୁଙ୍କା କରିବା ଅସୁସ୍ଥ କଳାକାର ମାନଙ୍କୁ ପରିବାର ଲୋକେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଏନେଇ ଖବର ପାଇବା ପରେ ଦେଓଗାଁ ପୋଲିସ ଉପରଝର ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଥିବା ସୂଚନା ମିଳିଛି ।
​​​

Scroll to Top