ମଝି ସମୁଦ୍ରରେ ବୁଡ଼ିଲା ମାଛଧରା ବୋଟ୍, ପହଁରି ପହଁରି କୂଳକୁ ଆସିଲେ ୮ ମତ୍ସ୍ୟଜୀବୀ
Published By: Ruby – Prameya-News7 Bureau | October 10, 2025 10:49 AM
NEWS7
ପଟ୍ଟାମୁଣ୍ଡାଇ ୧୦।୧୦: ସମୁଦ୍ର ମଝିରେ ବୁଡ଼ିଲା ମାଛଧରା ବୋଟ୍ । ଅଳ୍ପକେ ବର୍ତ୍ତିଗଲେ ବୋଟ୍ରେ ଥିବା ୮ ଜଣ ମତ୍ସ୍ୟଜୀବୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ଥିତ ସାତଭାୟା ଅଞ୍ଚଳ ସମୁଦ୍ରରେ ବୋଟ୍ଟି ବୁଡ଼ି ଯାଇଥିବା ସୂଚନା ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ସମୁଦ୍ର ମଝିରେ ଏଭଳି ଅଘଟଣ ଘଟିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ଥିତ ସାତଭାୟା ସମୁଦ୍ରରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ । ଭଦ୍ରକ ଅଞ୍ଚଳର ତାରିଣୀ-୨ ବୋଟ୍ଟି ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା । ବୋଟ୍ରେ ୮ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ । ତେବେ କୌଣସି କାରଣ ବଶତଃ ବୋଟ୍ଟି ସମୁଦ୍ର ମଝିରେ ବୁଡିଯାଇଥିବା ସୂଚନା ମିଳିଛି । ତାରିଣୀ-୨ ବୋଟ୍ଟି ବୁଡ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେଥିରେ ଥିବା ସମସ୍ତ ମତ୍ସ୍ୟଜୀବୀ ଦୁର୍ଘଟଣା ଘଟି ବୁଡ଼ିଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିବା ପରେ ବୋଟ୍ଟି ବୁଡିଯାଇଥିଲା । ବୋଟ୍ରେ ଥିବା ମତ୍ସ୍ୟଜୀବୀ ମାନେ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ । ବୋଟ୍ରେ ଥିବା ସମସ୍ତ ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଥିବା ଜଣାପଡିଛି ।
ତେବେ ମତ୍ସ୍ୟଜୀବୀ ମାନେ ମାଛ ଧରି ମାଛ ସବୁ ବୋଟ୍ରେ ରଖିଥିଲେ । ବୋଟ୍ ବୁଡିବା ସହ ବୋଟ୍ରେ ଥିବା ମାଛ ସବୁ ସମୁଦ୍ର ଗର୍ଭରେ ବୁଡ଼ିଯାଇଛି । ଏହାସହ ବୋଟ୍ରେ ଥିବା ମତ୍ସ୍ୟଜୀବୀଙ୍କର ସମସ୍ତ ଆସବାବପତ୍ର ମଧ୍ୟ ସମୁଦ୍ରରେ ବୁଡିଯାଇଛି ।




