ମଉଜର ଶେଷ ଦିନରେ ହୋଇପାରିବନି ଦୋଳି ଖେଳ, ବାଲିଯାତ୍ରାରେ ବନ୍ଦ୍ ହେଲା ଦୋଳି

ମଉଜର-ଶେଷ-ଦିନରେ-ହୋଇପାରିବନି-ଦୋଳି-ଖେଳ,-ବାଲିଯାତ୍ରାରେ-ବନ୍ଦ୍-ହେଲା-ଦୋଳି

ମଉଜର ଶେଷ ଦିନରେ ହୋଇପାରିବନି ଦୋଳି ଖେଳ, ବାଲିଯାତ୍ରାରେ ବନ୍ଦ୍ ହେଲା ଦୋଳି

Published By: Sangita – Prameya-News7 Bureau | November 13, 2025 05:46 PM

NEWS7

The

କଟକ: ଆଜି ଐତିହାସିକ ବାଲିଯାତ୍ରାର ଶେଷ ଦିନ। ମଉଜର ଶେଷ ଦିନ ବୋଲି କହିପାରିବା। କାହିଁକିନା ଏହି ମଉଜ ପାଇଁ ପୁଣି ଆରବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ। ଶେଷ ଦିନରେ ବଲିଉଡ୍ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିବେ ଦର୍ଶକ। କିନ୍ତୁ ହୋଇପାରିବନି ଦୋଳି ଖେ,  କାହିଁକିନା ବାଲିଯାତ୍ରାରେ ବନ୍ଦ୍ ହେଲା ଦୋଳି। କମିଶନରେଟ ପୋଲିସ ଦୋଳି ବନ୍ଦ୍ କରିବାକୁ ନିସ୍ପତ୍ତି ନେଇଛି । ଆଜି ପାଇଁ ତଥା ବାଲି ଯାତ୍ରାର ଶେଷ ଦିନରେ ଦୋଳି ଚଳାଇବା ପାଇଁ ଅନୁମତି ନଥିବା କହିଛନ୍ତି ପୋଲିସ୍। ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦୋଳି ବ୍ୟବସାୟୀ ସଙ୍ଘ।

ସୂଚନାନୁଯାୟୀ, ରାତି ୧୧ଟାରେ ବାଲିଯାତ୍ରାରେ ସମସ୍ତ ଦୋଳି ବନ୍ଦ କରାଯିବା କଥା। ହେଲେ ହାମର ଦୋଳିରେ ସେହି ସମୟରେ ୧୬ ଜଣଙ୍କୁ ବସାଇ ଖେଳ ଚାଲିଥିଲା। ଖେଳ ଚାଲିଥିବା ସମୟରେ ଦୋଳି ହଠାତ୍ ବନ୍ଦ ହୋଇଯାଇଥିଲା। ଯାଞ୍ଚ ସମୟରେ ଦୋଳିର ମୋଟର ପୋଡ଼ିଯାଇଥିବା ଜଣାପଡ଼ିଥିଲା। ଦୋଳି ଖେଳ ଅଧାରେ ବନ୍ଦ ହେବାବେଳକୁ ହାମରର ଗୋଟିଏ ପାର୍ଶ୍ୱ ଭୂମି ଆଡ଼କୁ ଥିବାବେଳେ ଅନ୍ୟ ପାଶ୍ୱର୍ଟି ଉପରକୁ ଉଠି ରହିଥିଲା। ଉଭୟ ପାର୍ଶ୍ୱରେ ୮ଜଣ ଲେଖାଏଁ ବସିଥିଲେ। ଦୋଳି ନ ଚାଲିବାରୁ ଉପର ପାର୍ଶ୍ୱରେ ବସିଥିବା ଲୋକମାନେ ଓହ୍ଲାଇ ପଡ଼ିଥିବାବେଳେ ଉପରକୁ ଉଠି ରହିଥିବା ପାର୍ଶ୍ୱରେ ଲୋକେ ଭୟରେ ଚିତ୍କାର କରିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

Scroll to Top