ଭୟାବହ ଅଗ୍ନିକାଣ୍ଡ, ରାତିରେ ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍
ହୁତୁ ହୁତୁ ହୋଇ ଜଳିଲା ରେଲୱେ ଗ୍ରୀଡ୍ । ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ନିକଟରେ ଥିବା ରେଲୱେ ଗ୍ରୀଡ୍ ହୁତୁ ହୁତୁ ହୋଇ ଜଳୁଛି
Published By: Kirti – Prameya-News7 Bureau | April 07, 2026 11:01 AM
NEWS7
ରାଉରକେଲା ୦୭।୦୪ : ହୁତୁ ହୁତୁ ହୋଇ ଜଳିଲା ରେଲୱେ ଗ୍ରୀଡ୍ । ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ନିକଟରେ ଥିବା ରେଲୱେ ଗ୍ରୀଡ୍ ହୁତୁ ହୁତୁ ହୋଇ ଜଳୁଛି। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।
Also Read:-ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଭିତରକାଠ ନିକଟରେ ପଡ଼ିଥିଲା ରକ୍ତ
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ରେଲୱେ ଗ୍ରୀଡ୍ ବଡଧରଣର ବ୍ଲାଷ୍ଟ ହୋଇଥିଲା । ଏହାପରେ ଗ୍ରିଡରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ପରେ ଚାନ୍ଦିପୋଷ ପୋଲିସ କର୍ମଚାରୀମାନେ ଭୟରେ ଥାନାରୁ ବାହାରକୁ ବାହାରି ଆସିଥଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ନିଆଁ ଲାଗିଥିବା ଦେଖି ତୁରନ୍ତ ଚାନ୍ଦିପୋଷ ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ପ୍ରଥମେ ଲହୁଣୀପଡା ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିପାରି ନଥିବାରୁ ପରେ ରାଉରକେଲା, ବଣାଇରୁ ଆସି ଦୀର୍ଘ ୪ ଘଣ୍ଟା ନାକେଦମ ହେବା ପରେ ନିଆଁ ଆୟତ୍ତ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାରେ ବ୍ୟାପକ କ୍ଷତି ଘଟିଥିବା ସମ୍ଭାବନା ରହିଥିବା ବେଳେ, ସଠିକ୍ କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଆତଙ୍କର ପରିବେଶ ଦେଖାଦେଇଛି।




