ଭୟଙ୍କର ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜୀବନ

ଭୟଙ୍କର-ସଡ଼କ-ଦୁର୍ଘଟଣା,-ଦୁଇ-ବାଇକ-ମୁହାଁମୁହିଁ-ଧକ୍କାରେ-ଚାଲିଗଲା-୨-ଜୀବନ

ଭୟଙ୍କର ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜୀବନ

Published By: Kirti – Prameya-News7 Bureau | March 10, 2026 10:28 AM

NEWS7

break

ମୁନିଗୁଡ଼ା ୧୦।୦୩ : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗୀ ନିକଟ କାଚପାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢନ୍ତୁ:-ସନ୍ଧ୍ୟାରେ ସଂଯୁକ୍ତାଙ୍କୁ ନେଇ ଘରକୁ ଆସିଲେ ବିଜୟ, କଣ ହେଲା କେଜାଣି ହାରିଦେଲେ ଜୀବନ…

ଖବର ଅନୁଯାୟୀ, ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗୀ ନିକଟ କାଚପାଇ ଛକରେ ସୋମବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ ବ୍ୟକ୍ତି ଗୁରୁତର ହୋଇ ରାସ୍ତାରେ ପଡିଥିଲେ । ଏହାପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିଷମକଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ହେଲେ ସେଠାର ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବାକି ଅନ୍ୟ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ମୃତକ ଥେରୁବାଲି ଅଞ୍ଚଳର ବୋଲି ଜଣାପଡିଛି ।

ଏ ଖବର ବି ପଢନ୍ତୁ:- ପରିବାର ଆଣିଲେ ସାଂଘାତିକ ଅଭିଯୋଗ, ପୋଲିସ ନିର୍ଯାତନାରୁ ଯୁବକଙ୍କ ଆତ୍ମହତ୍ୟା

Scroll to Top