ଭୟଙ୍କର ଦୁର୍ଘଟଣା, ମହିଳାଙ୍କ ମୁଣ୍ଡ ଉପରେ ଚଢିଗଲା ଦାମୀ କାର୍
ରାଜଧାନୀରେ ଭୟଙ୍କର ଦୁର୍ଘଟଣା । ଭୁବନେଶ୍ୱର କୋର୍ଟ ସାମ୍ମାରେ ହିଟ୍ ଆଣ୍ଡ ରନ୍ । ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍ ।
Published By: Kirti – Prameya-News7 Bureau | February 23, 2026 12:32 PM
NEWS7
ଭୁବନେଶ୍ବର ୨୩।୦୨ : ସୋମବାର ସକାଳୁ ସମୟରେ ରାଜଧାନୀରେ ଭୟଙ୍କର ଦୁର୍ଘଟଣା । ଭୁବନେଶ୍ୱର କୋର୍ଟ ସାମ୍ମାରେ ହିଟ୍ ଆଣ୍ଡ ରନ୍ । ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍ । ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଇନୋଭା କାର୍ ଫେରାର ମାରିଛି।
ଏ ଖବର ବି ପଢନ୍ତୁ:- ଭୁଜାଲି-ବନ୍ଧୁକ ମୁନରେ ବଡ଼ଧରଣର ଲୁଟ୍, ହାତ-ଗୋଡ଼ ବାନ୍ଧି ନେଇଗଲେ ୭୦ ଲକ୍ଷ ଟଙ୍କା
ଖବର ଅନୁଯାୟୀ, ମହିଳା ତାଙ୍କ ସ୍ୱାମୀ ଓ ଛୋଟ ପିଲାଙ୍କ ସହ ବାଇକରେ ଯାଉଥିଲେ । ଏହି ସମୟରେ ପଛ ପଟୁ ଇନୋଭା କାର୍ଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଏହାପରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ । ଯାହାପରେ ଇନୋଭା କାର୍ଟି ମହିଳାଙ୍କ ମୁଣ୍ଡ ଉପରେ ଚଢାଇ ଦେଇଥିଲେ । ଏହାପରେ ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଇନୋଭା କାର୍।
ଏ ଖବର ବି ପଢନ୍ତୁ:- ବିତିଗଲାଣି ୨୪ ଘଣ୍ଟା, ମିଳୁନି ପତ୍ତା: କୋଳାହଳ ଘରେ ଏବେ ନିରବତାର କଳାବାଦଲ
ସେପଟେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲେ ।ଏପିରିକି କିଛି ସମୟ ପାଇଁ ରାସ୍ତାରେ ଜାମ୍ ଲାଗି ରହିଥିଲା । ଯାହାଫଳରେ ଗାଡ଼ି ଯିବାଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ଏ ଖବର ବି ପଢନ୍ତୁ:- ୧୯ ବର୍ଷ ବୟରେ ଷ୍ଟାର୍ଟଅପ୍, ଏବେ ଅରବପତି: ଚର୍ଚ୍ଚାରେ AI କିଙ୍ଗ୍ ଆଲେକଜାଣ୍ଡାର ୱାଙ୍ଗ




