ଭୟଙ୍କର ଦୁର୍ଘଟଣା ! ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଜୀବନ
Published By: Chandan – Prameya-News7 Bureau | June 04, 2026 10:08 AM
NEWS7
ଦିଗପହଣ୍ଡି: ଜଗନ୍ନାଥପୁର ଛକ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେଇଛି ଟ୍ରକ୍। ଏଥିରେ ଜଣକର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରତାପଗିରି ଜଙ୍ଗଲରୁ ବାଉଁଶ ନେଇ ଯାଉଥିଲା ଶଗଡ଼। ଏହି ସମୟରେ ବାଉଁଶ ବୋଝେଇ ଶଗଡ଼ଙ୍କୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା।
also read- କାଠଯୋଡିରୁ ମିଳିଲା ଯୁବତୀଙ୍କ ମୃତଦେହ, ବ୍ରିଜ୍ ଉପରେ ପଡିଛି ବ୍ୟାଗ୍ ଓ ଚପଲ
ଶଗଡ଼ରେ ବସିଥିବା ଦୁଇ ଶଗଡ଼ିଆ ଗୁରୁତର ଅବସ୍ଥାରେ ପ୍ରଥମେ ଆଡପଡ଼ା ମେଡିକାଲ୍ ପରେ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରତାପଗିରି ଗ୍ରାମର ନାଥଜେନାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଦୁଇ ଶଗଡ଼ିଆ ହେଉଛନ୍ତି ପ୍ରତାପଗିରି ଗ୍ରାମର ନାଥଜେନା ଓ ତାଙ୍କ ଭାଇ ବୋଲି ଜଣାପଡ଼ିଛି।




