ଭୁବନେଶ୍ୱର ୦୭।୦୩ : ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଓ୍ୱା ଧକ୍କାରେ ତିନି ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
ଏ ଖବର ବି ପଢନ୍ତୁ:- ସେ ସିଇସି ହୋଇନଥିଲେ, ତାଙ୍କ ଆଙ୍ଗୁଠି କାଟି ଦେଇଥାନ୍ତି…ଟିଏମସି ସାଂସଦଙ୍କ ବିବାଦୀୟ ମନ୍ତବ୍ୟ
ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ତିନି ଜଣ ଯୁବକ ବାଇକରେ ନିଆଳି ରାସ୍ତାରେ ଯାଉଥିଲେ । ଏହି ସମୟରେ ସେମାନଙ୍କର ବାଇକ ସହ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପରିଚୟ ମିଳିପାରିନାହିଁ ।
ଏ ଖବର ବି ପଢନ୍ତୁ:-ନୀତୀଶ କୁମାରଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ବିରୋଧ କରି JDU ନେତାଙ୍କ ଆମରଣ ଅନଶନ
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପାହାଳ ଥାନା ପୋଲିସ ପହଞ୍ଚି ତିନି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ବାଇକର ନମ୍ବର ଜରିଆରେ ଗାଡ଼ି ମାଲିକ ଚିହ୍ନଟ କରୁଛି ପୋଲିସ । ବାକି କେମିତି ଦୁର୍ଘଟଣା ଘଟିଲା, ସେନେଇ ଛାନ୍ଭିନ୍ ମଧ୍ୟ ଜାରି ରଖିଛି ପୋଲିସ ।




